ଲାଲବାହିନୀ ହାତ ଛାଡିଲେ ୨୫୦ ମାଓବାଦୀ ସମର୍ଥକ

ମାଲକାନଗିରି,୨୩ା୧୨(ସ୍ବ.ପ୍ର.)- ଲାଲବାହିନୀର ହାତ ଛାଡିଛନ୍ତି ୨୫୦ରୁ ଊର୍ଦ୍ଧ୍ୱ ମାଓବାଦୀ ସମର୍ଥକ। ଏଭଳି ଦେଖିବାକୁ ମିଳିଛି ମାଲକାନଗିରି ଜିଲା ମାଥିଲି ବ୍ଲକର ମହୁପଦର ଅଞ୍ଚଳରେ। ରବିବାର ସେମାନେ ମାଥିଲି ପୋଲିସ ପାଖରେ ଆତ୍ମସମର୍ପଣ କରିଛନ୍ତି। ମହୁପଦରରେ ପୋଲିସର ସ୍ଥାୟୀ କ୍ୟାମ୍ପ ହେବା ପରେ ସେହି ଅଞ୍ଚଳରେ ପ୍ରଶାସନର ମୌଳିକ ସୁବିଧା ପହଞ୍ଚତ୍ବ ଏବଂ ଉନ୍ନତି ହେବା ଆଶାରେ ସେମାନେ ଏହି ପଦକ୍ଷେପ ନେଇଛନ୍ତି। ଗତ ଦିନରେ ଏମାନେ ପୋଲିସ ବିରୋଧରେ ମାଓବାଦୀଙ୍କ ପାଇଁ କାମ କରୁଥିଲେ। ୨୫୦ରୁ ଊର୍ଦ୍ଧ୍ୱ ମାଓବାଦୀ ସମର୍ଥକଙ୍କ ଆତ୍ମସମର୍ପଣ ପରେ ମାଓବାଦୀଙ୍କୁ ଶକ୍ତ ଧକ୍କା ଲାଗିଛି। ପୋଲିସ ଏଠାରେ ଆତ୍ମସମର୍ପଣ କରିଥିବା ଲୋକଙ୍କୁ କମ୍ବଳ ଓ ଡ୍ରେସ ବଣ୍ଟନ କରି ଶୁଭେଚ୍ଛା ଜଣାଇଥିଲା।

Share