Categories: ଜାତୀୟ

ଲାଲୁଙ୍କୁ କିଡ୍‌ନୀ ଦାନ କରିବାକୁ ଆଗେଇ ଆସିଲେ ପ୍ରିୟଙ୍କା

ପାଟନା,୧୯।୯: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆର୍‌ଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ ଏବେ ଗୋଖାଦ୍ୟ ଦୁର୍ନୀତି ମାମଲାରେ ଜେଲ ଦଣ୍ଡ ଭୋଗ କରୁଛନ୍ତି। ହେଲେ ସ୍ବାସ୍ଥ୍ୟଗତ କାରଣ ପାଇଁ ଏବେ ସେ ରାଞ୍ଚିର ରାଜେନ୍ଦ୍ର ଇନଷ୍ଟୁଚ୍ୟୁଟ ଅଫ୍‌ ମେଡିକାଲ ସାଇନ୍ସ(ରିମ୍ସ)ରେ ଚିକିତ୍ସିତ ହେଉଛନ୍ତି। ଡାକ୍ତରଙ୍କ ସୂଚନା ଅନୁଯାୟୀ ଏବେ ସେ ବିଭିନ୍ନ ରୋଗରେ ପୀଡିତ। ଏମିତିକି ଏବେ ତାଙ୍କର କିଡ୍‌ନୀ ମଧ୍ୟ ନଷ୍ଟ ହୋଇଯାଇଛି। ଏପରିସ୍ଥଳେ ବିହାର ସହରସାର ଜିଲା ପରିଷଦ ପ୍ରିୟଙ୍କା ଆନନ୍ଦ ଓ ତାଙ୍କର ପୂର୍ବତନ ଜିଲା ପରିଷଦ ସ୍ବାମୀ ପ୍ରବୀଣ ଆନନ୍ଦ ଲାଲୁଙ୍କୁ କିଡ୍‌ନୀ ଦାନ କରିବାକୁ ଆଗେଇ ଆସିଛନ୍ତି।

ସେମାନଙ୍କ ମତରେ ଗତ ୩୦-୩୫ ବର୍ଷ ମଧ୍ୟରେ ଗରିବ, ପଛୁଆ ବର୍ଗ, ଅତି ପଛୁଆ ବର୍ଗ ତଥା ସାଧାରଣ ଲୋକଙ୍କୁ ସାଙ୍ଗରେ ଧରି ଚାଲୁଥିବା ଲାଲୁ ଯାବଦ ଏବେ ଜୀବନ ଯୁଦ୍ଧରେ ସଂଗ୍ରାମ କରୁଛନ୍ତି। ତେଣୁ ଏହି ସମୟରେ ଆମେ ତାଙ୍କୁ କିଡ୍‌ନୀ ଦାନ କରିବାକୁ ପ୍ରସ୍ତୁତ ଅଛୁ ବୋଲି ପ୍ରିୟଙ୍କା ଓ ପ୍ରବୀଣ କହିଛନ୍ତି। ଯେଉଁ ମୁହୂର୍ତ୍ତରେ କହିଲେ ଆମେ କିଡ୍‌ନୀ ଦାନ କରିବାକୁ ପ୍ରସ୍ତୁତ ଅଛୁ ବୋଲି ପ୍ରକାଶ କରିଛନ୍ତି ଉକ୍ତ ଦମ୍ପତି। ସେମାନଙ୍କ ମତରେ ଦେଶକୁ ଲାଲୁଙ୍କ ଭଳି ନେତାଙ୍କର ଆବଶ୍ୟକତା ରହିଛି। ସେ ରହିଲେ ହିଁ ବିରୋଧୀ ରହିବେ ବୋଲି କହିଛନ୍ତି ପ୍ରିୟଙ୍କା ଓ ପ୍ରବୀଣ।

Share