Categories: ଜାତୀୟ

ଲାଲୁଙ୍କ ଜୀବନ ବିପଦରେ: ରାବ୍ରୀ

ପାଟନା,୨୧ା୪(ପି.ଟି.): ରାଷ୍ଟ୍ରୀୟ ଜନତା ଦଳ ଅଧ୍ୟକ୍ଷ ଲାଲୁପ୍ରସାଦ ଯାଦବଙ୍କ ଜୀବନ ବିପଦରେ ବୋଲି ତାଙ୍କ ସ୍ତ୍ରୀ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରୀ ଦେବୀ ଅଭିଯୋଗ କରିଛନ୍ତି। ଜେଲ୍‌ରେ ଥିବା ଲାଲୁଙ୍କୁ ଭେଟିବା ଲାଗି ପୁଅ ତେଜସ୍ବୀଙ୍କୁ ଛଡ଼ାଯାଉ ନାହିଁ। ତାଙ୍କୁ ମାରିଦେବାକୁ ଉଦ୍ୟମ ହେଉଥିବା ରାବ୍ରୀ କହିଛନ୍ତି। ଯଦି ତାଙ୍କ ସ୍ବାମୀଙ୍କର କିଛି ହୋଇଯାଏ ତେବେ ବିହାର ଓ ଝାଡ଼ଖଣ୍ଡର ଜନସାଧାରଣ ରାଜରାସ୍ତାକୁ ଓହ୍ଲାଇବେ ବୋଲି ରାବ୍ରୀ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଚେତାବନୀ ଦେଇଛନ୍ତି। ପୂର୍ବରୁ ଲାଲୁ ମେଡିକାଲରେ ଭର୍ତ୍ତି ହୋଇଥିବାବେଳେ ମଧ୍ୟ ତାଙ୍କ ପାଖକୁ ତେଜସ୍ବୀଙ୍କୁ ଛଡାଯାଇ ନ ଥିଲା।

Share