Categories: ଜାତୀୟ

ଲାଲୁ ଯାଦବଙ୍କ କିଡ୍‌ନୀ ୩୭ ପ୍ରତିଶତ କାର୍ଯ୍ୟକ୍ଷମ ଥିବା କହିଲେ ଡାକ୍ତର

ପାଟନା,୩୧।୮: ରାଷ୍ଟ୍ରୀୟ ଜନତା ଦଳ ନେତା ଲାଲୁ ପ୍ରସାଦ ଯାଦବଙ୍କ ସ୍ବାସ୍ଥ୍ୟ ପୁଣି ଥରେ ଖରାପ ହୋଇଛି। ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯିବା ପରେ ଜଣାପଡ଼ିଛି ଯେ, ତାଙ୍କର କିଡ୍‌ନୀ ୩୭ ପ୍ରତିଶତ କାମ କରୁଛି। ଏହା ସହିତ ଲାଲୁଙ୍କ ରକ୍ତରେ ସଂକ୍ରମଣ ଥିବା ଡାକ୍ତର କହିଛନ୍ତି। ଲାଲୁଙ୍କର ରକ୍ତଚାପ କମ୍‌ ରହିଥିବା ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର ଡି.କେ. ଝା ସୂଚନା ଦେଇଛନ୍ତି। ପୂର୍ବରୁ ଲାଲୁଙ୍କର କିଡ୍‌ନୀ ୫୦ ପ୍ରତିଶତ କାର୍ଯ୍ୟକ୍ଷମ ଥିବାବେଳେ ଏବେ ଏହା ନିଜର କାର୍ଯ୍ୟକ୍ଷମତା ହରାଇ ବସୁଥିବା ଡାକ୍ତର କହିଛନ୍ତି। ତାଙ୍କୁ ଆଣ୍ଟିବାୟୋଟିକ୍ସ୍‌ ଦିଆଯାଉଥିବା ସେ କହିଛନ୍ତି।

Share