ଲାଲ୍‌ ଲେହେଙ୍ଗାରେ ସାରାଙ୍କ ଫଟୋଶୁଟ: ଫଟୋ ଦେଖି ବିବାହ ପ୍ରସ୍ତାବ ଦେଲେ ପ୍ରଶଂସକ

ମୁମ୍ବାଇ: ବଲିଉଡ୍‌ ଜଗତରେ ପାଦ ଥାପିବା ଦିନଠାରୁ ସୈଫ ଲଳନା ସାରାଙ୍କ କ୍ରେଜ୍‌ କାହାଠାରୁ କମ୍‌ ନୁହେଁ। ଫିଲ୍ମ ‘କେଦାରନାଥ’ ଓ ‘ସିମ୍ବା’ରେ ତାଙ୍କର ଅଭିନୟକୁ ଦର୍ଶକ ପସନ୍ଦ କରିବା ପରେ ଏବେ ତାଙ୍କ ଆଗରେ ନିର୍ମାତାଙ୍କ ଲମ୍ବା ଲାଇନ୍‌। ଗୋଟିଏ ପରେ ଗୋଟିଏ ଫିଲ୍ମର ଅଫର୍‌ ମିଳୁଛି ତାଙ୍କୁ। ଚର୍ଚ୍ଚିତ ଅଭିନେତ୍ରୀ ପାଲଟିଥିବା ଯୋଗୁ ବିଭିନ୍ନ ବିଜ୍ଞାପନରେ ଦେଖିବାକୁ ମିଳୁଛି। ନିକଟରେ ସେ ଏକ ଅଳଙ୍କାର କମ୍ପାନୀ ଲାଗି ଫଟୋଶୁଟ କରାଇଛନ୍ତି। ଏହି ସମୟର କିଛି ଫଟୋ ସେ ନିଜର ସୋସିଆଲ ମିଡିଆ ଆକାଉଣ୍ଟରେ ଶେୟାର କରିବା ପରେ ସେଗୁଡ଼ିକ ଭାଇରାଲ ହୋଇଛି। ସାରାଙ୍କ ଲାଲ୍‌ ଲେହେଙ୍ଗା ପିନ୍ଧା ଫଟୋରେ ଜଣେ ପ୍ରଶଂସକ ‘ତିଖି ମିର୍ଚ୍ଚ’ ଲେଖି କମେଣ୍ଟ କରିଥିବା ବେଳେ ଅନ୍ୟ ଜଣେ ବିବାହ ପ୍ରସ୍ତାବ ଦେଇଥିବା ଦେଖାଯାଇଛି। ତେବେ ସାରା ଏବେ ଇମ୍‌ତିଆଜ ଅଲ୍ଲୀଙ୍କ ଫିଲ୍ମ ‘ଲଭ୍‌ ଆଜକଲ୍‌ ୨’ରେ କାମ କରୁଛନ୍ତି।

Share