Categories: ଜାତୀୟ

ଲାଲ୍‌ ହେଲା ଟମାଟୋ

ନୂଆଦିଲ୍ଲୀ,୨୧।୭: ବର୍ଷାଋତୁରେ ଟମାଟୋ ଦର ସାଧାରଣତଃ ୨୦-୩୦ ଟଙ୍କା ମଧ୍ୟରେ ରହିଥାଏ। ତେବେ ଦେଶର କେତେକ ରାଜ୍ୟରେ ବନ୍ୟା ଯୋଗୁ ଦିଲ୍ଲୀରେ ଟମାଟୋ ପୁଣି ଲାଲ୍‌ ହୋଇଛି। ଏହାର ଦର କିଲୋପିଛା ୮୦ ଟଙ୍କାରେ ପହଞ୍ଚିଛି। ଗତ ସପ୍ତାହରେ ଏହାର ଦାମ୍‌ ୬୦ ଟଙ୍କା ଥିଲା। ବନ୍ୟା ଯୋଗୁ ଟମାଟୋ ପରିବହନରେ ବାଧା ଉପୁଜିଥିବାରୁ ଏଭଳି ହୋଇଥିବା କୁହାଯାଉଛି। ଟମାଟୋ ଦର ବଢ଼ିବାରୁ ସାଧାରଣ ଲୋକେ ହନ୍ତସନ୍ତ ହେଉଥିବା କୁହାଯାଉଛି।

Share