‘ଲାଲ କପ୍ତାନ’ର ଟ୍ରେଲର ରିଲିଜ୍‌

ମୁମ୍ବାଇ: ବଲିଉଡ୍‌ ଅଭିନେତା ସୈଫ ଅଲ୍ଲୀ ଖାନଙ୍କ ବହୁ ପ୍ରତିକ୍ଷିତ ଅପ୍‌ କମିଂ ଫିଲ୍ମ ‘ଲାଲ କପ୍ତାନ’ ଟ୍ରେଲରର ପ୍ରଥମ ଭାଗ ରିଲିଜ୍‌ ହୋଇଛି। ଏହି ଟ୍ରେଲରର ଟାଇଟଲ ରହିଛି ‘ହଣ୍ଟ’। ୧ ମିନିଟ ୨୨ସେକେଣ୍ଡର ରହିଥିବା ଏହି ଟ୍ରେଲରରେ ପ୍ରଥମରୁ ସୈଫଙ୍କ ଦମ୍‌ଦାର ଡାଇଲଗ୍‌ ଶୁଣିବାକୁ ମିଳିଛି। ଏହି ଫିଲ୍ମରେ ସୈଫଙ୍କୁ ଏକ ନାଗା ସାଧୁ ଚରିତ୍ରରେ ଦେଖିବାକୁ ମିଳିଛି। ଏହି ଟ୍ରେଲରରେ ସୈଫଙ୍କ ପୋଷାକ ଭିନ୍ନ ରହିଥିବା ବେଳେ ମୁଣ୍ଡରେ ଲାଲ ସିନ୍ଦୁର, ଆଖିରେ କଜଳ ଓ ଚେହେରାରେ ଭସ୍ମ ଲଗାଇଥିବା ନଜର ଆସିଛନ୍ତି। ଏଥିରେ ଦର୍ଶକ ସୈଫଙ୍କ ଭୟଙ୍କର ଓ ଉଗ୍ରରୂପ ଧାରଣ କରିଥିବା ଦେଖିପାରିବେ। ଫିଲ୍ମକୁ ନଭଦୀପ ସିଂହଙ୍କ ନିର୍ଦ୍ଦେଶନା ଦେଇଥିବା ବେଳେ ଆନନ୍ଦ ଏଲ୍‌ ରୟ ପ୍ରଯୋଜନା ଭାର ତୁଳାଇଛନ୍ତି। ଏଥିରେ ଅଭିନେତ୍ରୀ ସୋନାକ୍ଷୀ ସିହ୍ନାଙ୍କୁ ଅତିଥି କଳାକାର ଭାବେ ଦେଖିବାକୁ ମିଳିବ। ଏହି ଫିଲ୍ମ ଡ୍ରାମା, ସସ୍‌ପେନ୍ସ, ଥ୍ରୀଲର ଓ ରିଭେଞ୍ଜ କାହାଣୀକୁ ନେଇ ଆଧାରିତ ହୋଇଥିବା ବେଳେ ଏହା ଅକ୍ଟୋବର ୧୮ରେ ପରଦାକୁ ଆସିବ। ପ୍ରଥମେ ଅକ୍ଟୋବର ୧୧ରେ ରିଲିଜ୍‌ ହେବାକୁ ଥିବା ବେଳେ ଏବେ ଏହାର ତାରିଖକୁ ବଦଳାଇ ଦିଆଯାଇଛି।

Share