‘ଲାଲ କପ୍ତାନ’ର ପୋଷ୍ଟର ରିଲିଜ୍‌: ଦଶାନନ ଅବତାରରେ ସୈଫ୍‌

ସୈଫ୍‌ ଅଲ୍ଲୀ ଖାନ୍‌ଙ୍କ ଅଭିନୀତ ଫିଲ୍ମ ‘ଲାଲ କପ୍ତାନ’ର ଏକ ନୂଆ ପୋଷ୍ଟର ରିଲିଜ୍‌ ହୋଇଯାଇଛି। ଦଶହରାର ଗୋଟିଏ ଦିନ ପୂର୍ବରୁ ରିଲିଜ୍‌ ହୋଇଥିବା ଏହି ପୋଷ୍ଟରରେ ସୈଫ୍‌ଙ୍କୁ ଦଶାନନ ଅବତାର ଅର୍ଥାତ୍‌ ୧୦ଟି ମୁଣ୍ଡ ଥିବା ଲୁକ୍‌ରେ ଦେଖିବାକୁ ମିଳୁଛି। ଫିଲ୍ମର ଟ୍ରେଲର ଏବଂ ପୂର୍ବରୁ ରିଲିଜ୍‌ ହୋଇଥିବା ପୋଷ୍ଟରରେ ସୈଫ୍‌ଙ୍କ ନାଗା ସାଧୁ ଲୁକ୍‌ ଦେଖିବାକୁ ମିଳିଥିଲା। ଯେଉଁଥିରେ ତାଙ୍କୁ ମୁଣ୍ଡରେ ଲାଲ ରଙ୍ଗର କପଡ଼ା ବାନ୍ଧିଥିବା ବେଳେ ମଥାରେ ତିଲକ, ମୁହଁରେ ଭସ୍ମ, ଲମ୍ବା ଦାଢ଼ୀ ଏବଂ ଜଟ ଥିବା ଲୁକ୍‌ରେ ଦେଖିବାକୁ ମିଳିଥିଲା। ଫିଲ୍ମରେ ନିର୍ଦ୍ଦେଶନା ଦେଇଛନ୍ତି ନବଦୀପ ସିଂହ। ନବଦୀପ ଏକ ସାକ୍ଷାତକାରରେ କହିଥିଲେ ଯେ, ସୌଫ୍‌ଙ୍କୁ ଏହି ଚରିତ୍ର ପାଇଁ ରାଜି କରାଇବା ବହୁତ ସହଜ ଥିଲା। କାହାଣୀ ଶୁଣିବା ମାତ୍ରେ ସେ ଏଥିପାଇଁ ରାଜି ହୋଇଯାଇଥିଲେ।

Share