Advertisement
Categories: ଜାତୀୟ

ଲାହୁଲ-ସ୍ପୀତି ହେବ ଭାରତର ପ୍ରଥମ ଯକ୍ଷ୍ମା ମୁକ୍ତ ଜିଲା

କେଲାଙ୍ଗ୍‌,୨୨।୬: ହିମାଚଳପ୍ରଦେଶର ଲାହୁଲ-ସ୍ପୀତିକୁ ଖୁବ୍‌ ଶୀଘ୍ର ଭାରତର ପ୍ରଥମ ଯକ୍ଷ୍ମା ମୁକ୍ତ ଜିଲା ଭାବେ ଘୋଷଣା କରାଯିବ। ଭାରତୀୟ ମେଡିକାଲ ରିସର୍ଚ୍ଚ ପରିଷଦ ପକ୍ଷରୁ ଏନେଇ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏକ ବୈଠକରେ ଏସଡିଏମ୍‌ ଅମର ନେଗି ଏନେଇ ସୂଚନା ଦେଇଛନ୍ତି। ଏଠାରେ ଟୀକାରଣ ଦ୍ୱାରା ଯକ୍ଷ୍ମା ସହିତ ହେପାଟାଇଟିସ୍‌-ବି କ୍ଷେତ୍ରରେ ମଧ୍ୟ ସଫଳତା ମିଳିଥିବା କୁହାଯାଇଛି। ଏଠାରେ ଜାରି ରହିଥିବା କାର୍ଯ୍ୟର ସମୀକ୍ଷା ପରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share