ଲାହୋରର ସେଶନ କୋର୍ଟରେ ଗୁଳିକାଣ୍ଡ: ୨ ମୃତ

ଇସଲାମାବାଦ,୧୩।୭: ପାକିସ୍ତାନୀ କୋର୍ଟରେ ଗୁଳିକାଣ୍ଡ ଘଟଣା ସାମ୍ନାକୁ ଆସିଛି। ଯେଉଁଥିରେ ଜଣେ ମହିଳାଙ୍କ ସମେତ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। ଗୁରୁବାର ଲାହୋର ସେଶନ କୋର୍ଟରେ ଏହି ଘଟଣା ଘଟିଥିବା ଜଣାପଡିଛି।

ରିପୋର୍ଟ ଅନୁଯାୟୀ, ଶୁଣାଣି ପାଇଁ ଲାହୋର ସେଶନ କୋର୍ଟରେ ପହଞ୍ଚିଥିବା ଦୁଇ ଜଣଙ୍କୁ ପ୍ରତିଦ୍ୱନ୍ଦ୍ୱୀ ପକ୍ଷରୁ ଗୁଳି କରାଯାଇଥିଲା। ଯାହା ପରେ ପୋଲିସ ଆକ୍ରମଣକାରୀଙ୍କୁ ଧରିଥିଲା। ଏହି ଘଟଣା ସମ୍ପର୍କରେ ପୋଲିସ କହିଛି ଯେ ଗୁରୁବାର ଲାହୋରର ସ୍ଥାନୀୟ କୋର୍ଟ ପରିସରରେ ଜଣେ ମହିଳାଙ୍କ ସମେତ ଦୁଇ ଜଣଙ୍କୁ ସଶସ୍ତ୍ର ବ୍ୟକ୍ତି ଗୁଳି କରି ହତ୍ୟା କରିଥିବା ଅଭିଯୋଗ ହୋଇଛି।

Share