ଲାହୋର କୋର୍ଟରେ ହାଜର ହେଲେ ଶରିଫ

ଲାହୋର,୧୧।୧୦: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ଶରିଫଙ୍କୁ ଶୁକ୍ରବାର ନ୍ୟାଶନାଲ ଆକାଉଣ୍ଟାବିଲିଟି ବ୍ୟୁରୋ(ଏନ୍‌ଏବି) ଚୌଧୁରୀ ସୁଗାର ମିଲ୍‌ ମାମଲାରେ ଗିରଫ କରିଥିବା ଜଣାପଡିଛି। ଏହାପରେ ତାଙ୍କୁ ଲାହୋରର ଏନ୍‌ଏବି କୋର୍ଟରେ ହାଜର କରାଯାଇଛି। ସୂଚନାଯୋଗ୍ୟ, ଶରିଫଙ୍କ ପରିବାର ସଦସ୍ୟଙ୍କ ନାଁରେ ଚିନି କଳରେ ଥିବା ଶେୟାରର କିଣାବିକାରେ ଅର୍ଥ ହେରଫେର କରିଥିବା ଅଭିଯୋଗ ରହିଛି। ଏହି ମାମଲାରେ ଶରିଫଙ୍କ ଝିଅ ମରିୟମ ନଓ୍ବାଜ ଓ ତାଙ୍କର ଜଣେ ସମ୍ପର୍କୀୟ ଭାଇ ୟୁଶୁଫ ଅବ୍ବାସଙ୍କୁ ଗତ ଅଗଷ୍ଟରେ ଗିରଫ କରାଯାଇଥିଲା। ଏନ୍‌ଏବିର ସୂଚନା ଅନୁଯାୟୀ, ଚିନି କଳରେ ମରିୟମଙ୍କର ୧୨ ମିଲିୟନରୁ ଊର୍ଦ୍ଧ୍ୱ ମୂଲ୍ୟର ଶେୟାର ରହିଛି।

Share