ଲିଙ୍ଗଗତ ତାରତମ୍ୟ ତାଲିକା: ୧୧୨ ସ୍ଥାନରେ ଭାରତ; ପ୍ରଥମ ସ୍ଥାନରେ ଆଇସ୍‌ଲାଣ୍ଡ

ଜେନେଭା/ନୂଆଦିଲ୍ଲୀ,୧୭।୧୨: ଲିଙ୍ଗଗତ ତାରତମ୍ୟ ତାଲିକାରେ ଭାରତ ଚଳିତ ବର୍ଷ ୧୧୨ ସ୍ଥାନ ହାସଲ କରିଛି। ଗତ ବର୍ଷ ତୁଳନାରେ ଏହା ୪ ସ୍ଥାନ ତଳକୁ ଖସି ଆସିଛି। ଗତ ବର୍ଷ ଏହା ୧୦୮ ସ୍ଥାନରେ ଥିଲା। ଏନେଇ ଜେନେଭାର ଓ୍ବାଲର୍‌ଡ ଇକୋନୋମି ଫୋରମ୍‌ ପକ୍ଷରୁ ମହିଳାଙ୍କ ସ୍ବାସ୍ଥ୍ୟ ଏବଂ ଆର୍ଥିକ ସ୍ଥିତି ସମ୍ପର୍କିତ ଏକ ରିପୋର୍ଟରେ ପ୍ରକାଶ ପାଇଛି। ତାଲିକାର ପ୍ରଥମ ସ୍ଥାନରେ ଆଇସ୍‌ଲାଣ୍ଡ ରହିଛି। ଏଥିରେ ୧୫୩ ଦେଶକୁ ସାମିଲ୍‌ କରାଯାଇଛି। ୨୦୦୬ଠାରୁ ପ୍ରତିବର୍ଷ ପ୍ରକାଶିତ ହେଉଥିବା ଏହି ସର୍ଭେ ରିପୋର୍ଟର ୧୫୩ ସ୍ଥାନରେ ୟେମେନ୍‌ ରହିଛି। ଚଳିତବର୍ଷ ଚାଇନା(୧୦୬), ଶ୍ରୀଲଙ୍କା (୧୦୨), ନେପାଳ (୧୦୧), ବ୍ରାଜିଲ (୯୨), ଇଣ୍ଡୋନେସିଆ (୮୫), ବାଂଲାଦେଶ (୫୦)ଠାରୁ ଭାରତ ପଛରେ ରହିଛି। ତାଲିକାରେ ପାକିସ୍ତାନ ୧୫୧ ସ୍ଥାନରେ ଥିବାବେଳେ ଇରାକ ୧୫୨ରେ ରହିଛି।

Share