ଲିଙ୍ଗରାଜ ମନ୍ଦିରରେ ଫାଟ, ଗଳୁଛି ବର୍ଷା ପାଣି

ଭୁବନେଶ୍ୱର,୨୬।୯(ବ୍ୟୁରୋ)- ଲିଙ୍ଗରାଜ ଦଧିନଉତିରେ ସୃଷ୍ଟି ହୋଇଛି ଫାଟ। ମୁଖ୍ୟ ମନ୍ଦିରରେ ଫାଟ ହୋଇଥିବାରୁ ବର୍ଷା ପାଣି ଗଳୁଛି। ପାର୍ବତୀ ମନ୍ଦିର, ଜଗମୋହନ, ରୋଷଶାଳା ଓ ଭୋଗ ମଣ୍ଡପରେ ମଧ୍ୟ ଫାଟ ସୃଷ୍ଟି ହୋଇଛି। ରକ୍ଷଣାବେକ୍ଷଣ ଅଭାବରୁ ବେଢ଼ାର ଅନେକ ମନ୍ଦିରରେ ଫାଟ ସୃଷ୍ଟି ହୋଇଛି। ତେବେ ଗୁରୁବାର ଏନେଇ ଦୋବୋତ୍ତର କମିଶନ ଏଏସ୍‌ଆଇ ଡିଜିଙ୍କୁ ଚିଠି ଲେଖିଛନ୍ତି। ଏସବୁର ମରାମତି ଏକାନ୍ତ ଜରୁରୀ ଏବଂ ଏଏସ୍‌ଆଇ ରକ୍ଷଣାବେକ୍ଷଣରେ ଅବହେଳା କରୁଥିବା କମିଶନ ଉକ୍ତ ଚିଠିରେ ଉଲ୍ଲେଖ କରିଛନ୍ତି।

Share