ଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ୱରୁ ଉଚ୍ଛେଦ ଆରମ୍ଭ

ଭୁବନେଶ୍ୱର,୯।୧୨(ବ୍ୟୁରୋ): ଭୁବନେଶ୍ୱରସ୍ଥିତ ଲିଙ୍ଗରାଜ ମନ୍ଦିର ପରିସରର ଉନ୍ନତୀକରଣ ଲାଗି ରାଜ୍ୟ ସରକାର ଯୋଜନା କରିଛନ୍ତି। ଏ ନେଇ ସୋମବାର ଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ୱରୁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ମନ୍ଦିର ସିଂହଦ୍ୱାରରୁ ଭଜନ ମଣ୍ଡପ ଏବଂ ସିଂହଦ୍ୱାରରୁ ସବ୍‌ଷ୍ଟେଶନ ପର୍ଯ୍ୟନ୍ତ ଜବରଦଖଲ ଉଚ୍ଛେଦ ହେବ। ଶାନ୍ତି ଶୃଙ୍ଖଳାକୁ ଦୃଷ୍ଟିରେ ରଖି ୩ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଅନ୍ୟପକ୍ଷେ ଏହି ଉଚ୍ଛେଦକୁ ବ୍ୟବସାୟିକ ସଂଘ ପକ୍ଷରୁ ବିରୋଧ କରାଯାଇଛି। ଉଚ୍ଛେଦ ପୂର୍ବରୁ ଥଇଥାନ ଲାଗି ସଂଘ ଦାବି କରିଛି।

Share