ଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ୱରୁ ପୁଣି ଉଚ୍ଛେଦ ଆରମ୍ଭ

ଭୁବନେଶ୍ୱର,୨୯।୫(ବ୍ୟୁରୋ): ଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ୱରୁ ପୁଣି ଜବରଦଖଲ ଉଚ୍ଛେଦ ଆରମ୍ଭ ହୋଇଛି। ଶୁକ୍ରବାର ପଶ୍ଚିମ ଦ୍ୱାର ପଟୁ ବିଡିଏ ଏନ୍‌ଫୋର୍ସମେଣ୍ଟ ଟିମ୍‌ ଦ୍ୱାରା ଉଚ୍ଛେଦ ଚାଲିଛି। ଲକ୍‌ଡାଉନ୍‌ ପାଇଁ ମନ୍ଦିର ଚତୁଃପାର୍ଶ୍ୱରୁ ଉଚ୍ଛେଦ କାମ ବନ୍ଦ ରହିଥିଲା। ଆଜିଠୁ ଉଚ୍ଛେଦ କାର୍ଯ୍ୟ ତ୍ୱରାନ୍ବିତ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।

ସେହିଭଳି ଶ୍ରୀମନ୍ଦିର ସୁରକ୍ଷା ଜୋନ୍‌ରୁ ମଧ୍ୟ ଉଚ୍ଛେଦ କାର୍ଯ୍ୟ ପୂର୍ବାହ୍ନରୁ ଆରମ୍ଭ କରାଯାଇଛି। ପ୍ରଶାସନ ପକ୍ଷରୁ ଶ୍ରୀମନ୍ଦିର ଉତ୍ତର ଦ୍ୱାରପଟେ ଥିବା ଲକ୍ଷ୍ମୀବଜାରରେ ଉଚ୍ଛେଦ କରାଯାଉଥିବା ସୂଚନା ମିଳିଛି।

Share