ଲିଙ୍ଗରାଜ ମନ୍ଦିର ପରିଦର୍ଶନ କଲେ ୫-ଟି ସଚିବ, ତଦାରଖ କଲେ ବିକାଶମୂଳକ କାର୍ଯ୍ୟ

ପୁରୁଣା ଭୁବନେଶ୍ୱର,୪।୧୨(ଡି.ଏନ୍‌.ଏ.): ଲିଙ୍ଗରାଜ ମନ୍ଦିରକୁ ଅଚାନକ ପରିଦର୍ଶନ କରିଛନ୍ତି ୫-ଟି ସଚିବ ଭି.କେ. ପାଣ୍ଡିଆନ। ବୁଧବାର ଭୋର ସମୟରେ ସେ ମନ୍ଦିରରେ ପହଞ୍ଚି ଭିତର ଓ ବାହାରର ବିକାଶମୂଳକ କାର୍ଯ୍ୟ ବିଷୟରେ ତଦାରଖ କରିଛନ୍ତି। ଏଥିସହ ମନ୍ଦିର ଚାରିପାଖ ବୁଲି ଦେଖିଛନ୍ତି। ପ୍ରାୟ ଏକ ଘଣ୍ଟା ଧରି ସଚିବ ମନ୍ଦିର ଅଞ୍ଚଳରେ ରହି ସମ୍ମୁଖରେ ହେଉଥିବା ମନ୍ଦିରର ଆଧୁନିକୀକରଣ କାର୍ଯ୍ୟ ଲାଗି ପ୍ରସ୍ତୁତ ନକ୍ସାକୁ ଦେଖିଥିବା ସୂଚନା ମିଳିଛି। ଏହି ଗସ୍ତକାଳରେ ଡିସିପି ଅନୁପ ସାହୁ, ଓ୍ବାର୍କ ସେକ୍ରେଟାରି କ୍ରିଷନ କୁମାର ପ୍ରମୁଖଙ୍କ ସହ ମନ୍ଦିର କାର୍ଯ୍ୟନିର୍ବାହୀ ପ୍ରଦୀପ କୁମାର ସାହୁ ଉପସ୍ଥିତ ଥିଲେ।

Share