ସିଓଲ,୭।୯: ଆମେରିକାର ଫ୍ଲୋରିଡାରେ ସାମୁଦ୍ରିକ ଝଡ଼ ଡୋରିଅନ ପ୍ରଭାବରେ ବ୍ୟାପକ କ୍ଷତି ହୋଇଥିବା ବେଳେ ଏବେ ଲିଙ୍ଗଲିଙ୍ଗ ଝଡ଼ର ପ୍ରଭାବରେ କୋରିଆ ଉପକୂଳରେ ବି ବ୍ୟାପକ କ୍ଷତି ହୋଇଥିବା ଜଣାପଡିଛି। ତେବେ ଲିଙ୍ଗଲିଙ୍ଗ ଝଡ଼ର ପ୍ରଭାବରେ ଖୁବ୍ ଜୋରରେ ପବନ ବହୁଥିବାରୁ ଏଠାକାର ଅଧିକାଂଶ ଘର କ୍ଷତିଗ୍ରସ୍ତ ହୋଇଥିବା କୁହାଯାଉଛି। ଝଡ଼ର ମାତ୍ରାକୁ ଦେଖି ବିଦ୍ୟୁତ ସରବରାହକୁ ବନ୍ଦ କରି ଦିଆଯାଇଛି। ଫଳରେ ହଜାରରୁ ଊର୍ଦ୍ଧ୍ୱ ଘର ଅନ୍ଧାରରେ ରହିଛନ୍ତି। ଲିଙ୍ଗଲିଙ୍ଗ ଫଳରେ ବଡ ବଡ ଗଛ ଉପୁଡି ଯିବାରୁ ବିଦ୍ୟୁତ ସରବରାହ ବ୍ୟାହତ ହୋଇଛି। ଏହାକୁ ଦଅଷ୍ଟିରେ ରଖଇ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ପଠାଇ ଦିଆଯାଇଛି। ଏହାସହ ପ୍ରାୟ ୮୯ ବିମାନ ସେବାକୁ ବନ୍ଦ କରି ଦିଆଯାଇଛି।