ପରିଣିତି ଚୋପ୍ରାଙ୍କୁ ପ୍ରଥମେ ବ୍ରେକ୍ ମିଳିଥିଲା ‘ଲେଡିଜ୍ ଭର୍ସେସ ରିକି ବହଲ’ ସିନେମାରୁ। ପ୍ରଥମ ସିନେମାକୁ ନେଇ କାହିଁ କେତେ ଆଶା ବାନ୍ଧି ବସିଥିଲେ ସେ। ଫିଲ୍ମ ବି ସଫଳ ହେଲା । ପାଠ ପଢ଼ିବା ସମୟରେ ପରିଣିତି ନିଜକୁ ଜଣେ ମେଧାବୀ ଛାତ୍ରୀ ଭାବରେ ପରିଚିତ କରାଇପାରିଥିଲେ। ସେ ଟ୍ରିପିଲ୍ ଅନର୍ସ ଡିଗ୍ରୀ ହାସଲ କରିଥିଲେ। ଦ୍ୱାଦଶ ପରୀକ୍ଷାରେ ସେ ସର୍ବଭାରତୀୟସ୍ତରରେ ପ୍ରଥମ ସ୍ଥାନ ଅଧିକାର କରିବା ସହ ରାଷ୍ଟ୍ରପତି ପୁରସ୍କାର ପାଇବାରେ ସକ୍ଷମ ହୋଇଥିଲେ। ଏରୋପ୍ଲେନ୍ ଲ୍ୟାଣ୍ଡିଂ କରିବା ସମୟରେ ତାଙ୍କୁ ଭାରି ଭୟ ଲାଗିଥାଏ। ଏହାବ୍ୟତୀତ ସେ ସାପ ଦେଖିଲେ ମଧ୍ୟ ଡରନ୍ତି। ଯୁଆଡେ ଗଲେ ପରିଣିତି ନିଜ ସାଙ୍ଗରେ ଲିପ୍ ବାମ୍ ଏବଂ ଫେସଓ୍ବାଶ ନେଇଥାଆନ୍ତି। ନିଜ କ୍ୟାରିୟର ସମ୍ପର୍କରେ ପରିଣିତି କହନ୍ତି, ‘ଲେଡିଜ୍ ଭର୍ସେସ ରିକି ବହଲ’ ଫିଲ୍ମ ଟି ମୋ ପାଇଁ ସ୍ମରଣୀୟ ହୋଇ ରହିବ। କାରଣ ଏହି ଚଳଚ୍ଚିତ୍ରଟି ପାଇଁ ମୁଁ ନବାଗତା ଅଭିନେତ୍ରୀ ଭାବରେ ସେହି ବର୍ଷ ୧୦ଟି ପୁରସ୍କାର ହାସଲ କରିଥିଲି। ଅଭିନୟକୁ କ୍ୟାରିୟର କରିବାକୁ ଏହା ମୋତେ ବେଶ୍ ପ୍ରେରଣାଦାୟକ ସାଜିଥିଲା।’