ଲିବିୟାର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ କରୋନା ସଂକ୍ରମଣରେ ପରଲୋକ

ତ୍ରିପୋଲି,୬ ।୪: କରୋନା ସଂକ୍ରମଣ ଏବେ ବିଶ୍ୱର ପ୍ରାୟ ୨ଶହ ଦେଶକୁ କାୟା ବିସ୍ତାର କରି ସାରିଥିବା ବେଳେ ଛୋଟବଡ କେହିବି ଏଥିରୁ ବାଦ୍ ପଡୁ ନାହାନ୍ତି । ଲିବିୟାର ପୂର୍ବତନ ପ୍ରଧାନମନ୍ତ୍ରୀ ମହମ୍ମୁଦ ଜେବ୍ରିଲଙ୍କର କରୋନା ସଂକ୍ରମଣରେ ମୃତ୍ୟୁ ହୋଇଥିବା ଜଣାପଡିଛି । ଅଲ ଜଜିରା ଟେଲିଭିଜନ ଚ୍ୟାନେଲର ଏକ ଖବରରୁ ଏହା ଜଣାପଡିଛି । ସୂଚନା ଅନୁଯାୟୀ, ୬୮ ବର୍ଷୀୟ ଜେବ୍ରିଲ ୨ ସପ୍ତାହ ପୂର୍ବରୁ କରୋନାରେ ସଂକ୍ରମିତ ହୋଇଥିଲେ । ତାଙ୍କ ଦଳ ପକ୍ଷରୁ ମଧ୍ୟ ଜେବ୍ରିଲଙ୍କ ପରଲୋକ ହୋଇଥିବା ସ୍ପଷ୍ଟ କରାଯାଇଛି । ୨୦୧୧ ମୁଅମ୍ମର ଗଦ୍ଦଫିଙ୍କ ଶାସନ ସରିବା ପରେ ସେ ପ୍ରଧାନମନ୍ତ୍ରୀ ଆସନରେ ବସିଥିଲେ ।

Share