ଲିବିୟା ବିସ୍ଫୋରଣ: ୧୮ ଆହତ

ଡେରନା,୨।୬: ଲିବିୟାନ୍‌ ନ୍ୟାଶନାଲ୍‌ ଆର୍ମି(ଏଲ୍‌ଏନ୍‌ଏ)ର ହେଡ୍‌କ୍ୱାଟର ନିକଟରେ ରବିବାର ହୋଇଥିବା ୨ଟି ବିସ୍ଫୋରଣରେ ଅତିକମ୍‌ରେ ୧୮ ଜଣ ଆହତ ହୋଇଥିବା ସୂଚନା ମିଳିଛି। ଖଲିଫା ହଫ୍‌ତାର ସେନା ଓ ଆମେରିକା ସେନା ମଧ୍ୟରେ ଲାଗିରହିଥିବା ଅସନ୍ତୋଷ ଯୋଗୁ ସେଠାରୁ ୯୦ ହଜାର ଲୋକଙ୍କୁ ଗତ ଏପ୍ରିଲ ମାସରେ ସ୍ଥାନାନ୍ତର କରାଯାଇଥିଲା। ଏହାପରେ ବିସ୍ଫୋରଣଟି ହୋଇଥିବାରୁ ବିଶେଷ କ୍ଷତି ହୋଇ ନ ଥିବା କୁହାଯାଏ।

Share