ଲିବିୟା ହସ୍ପିଟାଲ ଉପରେ ବିମାନ ଆକ୍ରମଣ: ୫ ଡାକ୍ତର ମୃତ

ତ୍ରିପୋଲି,୨୯।୭: ଲିବିୟାର ରାଜଧାନୀ ତ୍ରିପୋଲିରେ ଥିବା ଏକ ହସ୍ପିଟାଲକୁ ଟାର୍ଗେଟ କରିଥିଲେ ଖଲିଫା ହଫତାରର ଲିବିୟାନ ନ୍ୟାଶନାଲ ଆର୍ମି(ଏଲ୍‌ଏନ୍‌ଏ)। ରବିବାର ଏଲ୍‌ଏନ୍‌ଏ ଦ୍ୱାରା ଏକ ହସ୍ପିଟାଲରେ ବିମାନ ଆକ୍ରମଣ କରାଯିବା ଫଳରେ ଅତିକମରେ ୫ ଜଣ ଡାକ୍ତରଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି। ଅଲ ଜଜିରାକୁ ଦେଇଥିବା ଏକ ସାକ୍ଷାତ୍‌କାରରେ ଏହି ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ପ୍ରବକ୍ତା ଲାମିନେ ଅଲ୍‌-ହାସେମି। ଏଥିରେ ବହୁ ଲୋକ ଆହତ ହୋଇଛନ୍ତି।

Share