ଲିବ୍ୟା ଗୃହଯୁଦ୍ଧରେ ୩ ମାସରେ ହଜାରେରୁ ଅଧିକ ମୃତ; ଆହତଙ୍କ ସଂଖ୍ୟା ୫ ହଜାରରୁ ବେଶି: ବିଶ୍ୱସ୍ବାସ୍ଥ୍ୟ ସଂଗଠନ

ତ୍ରିପୋଲି, ୧୦।୭: ଲିବ୍ୟା ଗୃହଯୁଦ୍ଧରେ ଏପ୍ରିଲ୍‌ଠାରୁ ଇତିମଧ୍ୟରେ ମୃତ୍ୟୁ ସଂଖ୍ୟା ହଜାରେ ଟପିଛି। ଏଥିରେ ଏକ ହଜାର ୪୮ ଲୋକଙ୍କ ମୃତ୍ୟୁ ଘଟିଥିବାବେଳେ ୫ ହଜାର ୫ଶହ ଜଣ ଆହତ ହୋଇଥିବା ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ ପ୍ରକାଶ ପାଇଛି। କେବଳ ଏପ୍ରିଲ୍‌ ମାସରେ ଏଠାରେ ଶହେ ୬ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ବିଭିନ୍ନ ଘଟଣାରେ ୨ଶହ ୮୯ ଜଣ ଆହତ ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି। ଏଠାରେ ଥିବା ବିଭିନ୍ନ ହସ୍ପିଟାଲରେ ଖଣ୍ଡିଆ ଖାବରା ହୋଇ ଚିକିତ୍ସା ଲାଗି ଭର୍ତ୍ତି ହୋଇଥିବା ଲୋକଙ୍କ ମଧ୍ୟରୁ ୧୭ ଶହରୁ ଅଧିକ ଜଣଙ୍କର ଅପରେଶନ୍‌ କରାଯାଇଛି ବୋଲି ଏହି ରିପୋର୍ଟରେ ପ୍ରକାଶ ପାଇଛି।

Share