ଲିବ୍ୟା ଗୃହଯୁଦ୍ଧ: ୩ ମାସରେ ମୃତ୍ୟୁ ସଂଖ୍ୟା ହଜାରେ ଟପିଲା; ସଂଘର୍ଷ ବିରାମ ପାଇଁ ଜାତିସଂଘର ଅପିଲ୍‌

ତ୍ରିପୋଲି, ୬।୭: ଲିବ୍ୟାରେ ଜାରି ରହିଥିବା ଗୃହଯୁଦ୍ଧ ସଙ୍କଟ ଜନକ ସ୍ଥିିତିରେ ପହଞ୍ଚିଛି। ଗତ ୩ ମାସ ମଧ୍ୟରେ ଏଠାରେ ଏକ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। ସେହିପରି ୫ ହଜାରରୁ ଅଧିକ ଲୋକ ଆହତ ହୋଇଛନ୍ତି। ଗୃହଯୁଦ୍ଧ ଯୋଗୁ ପ୍ରାୟ ଏକ ଲକ୍ଷ ଲୋକ ଜୀବନ ସୁରକ୍ଷା ପାଇଁ ଭିଟାମାଟି ଛାଡିଥିବା କୁହାଯାଉଛି। ଏହାକୁ ଦୃଷ୍ଟିରେ ରଖି ଜାତିସଂଘ ପକ୍ଷରୁ ସଂଘର୍ଷ ବିରାମ ପାଇଁ ଅପିଲ୍‌ କରାଯାଇଛି। ସୂଚନାଯୋଗ୍ୟ, ଲିବ୍ୟାରେ ୨୦୧୧ଠାରୁ ଗୃହଯୁଦ୍ଧ ଜାରି ରହିଛି।

Share