Categories: ଖେଳ

ଲିଭରପୁଲ୍‌କୁ ୬ଷ୍ଠ ଚାମ୍ପିୟନ୍ସ ଲିଗ୍‌ ଟାଇଟଲ

ମାଡ୍ରିଡ୍‌,୨ା୬- ମହମ୍ମଦ ସାଲା ଚାମ୍ପିୟନ୍ସ ଲିଗ୍‌ ଫାଇନାଲର ଅନ୍ୟତମ ଦ୍ରୁତତମ ଗୋଲ ଓ ଡିଭୋକ ଓରିଗିଙ୍କ ଗୋଲ ବଳରେ ଲିଭରପୁଲ ଦଳ ୨-୦ ଗୋଲରେ ଟୋଟେନହାମକୁ ପରାସ୍ତ କରିଛି। ଫଳରେ ଇଂଲିଶ ପ୍ରିମିୟର ଲିଗ୍‌ କ୍ଲବ ୬ଷ୍ଠ ଥର ପାଇଁ ଏହି ସମ୍ମାନଜନକ ଟ୍ରଫି ହାତେଇଛି। ମ୍ୟାଚ୍‌ର ପ୍ରଥମ ଦୁଇ ମିନିଟ୍‌ ମଧ୍ୟରେ ଟୋଟେନହାମ ଖେଳାଳି ମୌସା ସିସୋକୋଙ୍କ ହାତରେ ସାଲାଙ୍କ ଏକ ଶଟ୍‌ ବାଜିଥିଲା। ଫଳରେ ଲିଭରପୁଲକୁ ପେନାଲ୍ଟି ମିଳିଥିଲା, ଯାହାକୁ ସାଲା ଗୋଲରେ ପରିଣତ କରିଥିଲେ। ମ୍ୟାଚ୍‌ର ୮୭ତମ ମିନିଟ୍‌ରେ ଓରିଗିଙ୍କ ଗୋଲ ପରେ ଟୋଟେନହାମର ମ୍ୟାଚ୍‌କୁ ଫେରିିବା ଆଶା ମଉଳି ଯାଇଥିଲା। ଏହି ବିଜୟ ସହ ଗତ ବର୍ଷ ଅଧୁରା କାର୍ଯ୍ୟକୁ ପୂରା କରିଛି ମ୍ୟାନେଜର ଜୁର୍ଗନ କ୍ଲପଙ୍କ ଦଳ। ଗତବର୍ଷ ରିଅଲ ମାଡ୍ରିଡ୍‌ଠାରୁ ଲିଭରପୁଲ ଚାମ୍ପିୟନ୍ସ ଲିଗ୍‌ ଫାଇନାଲରେ ପରାସ୍ତ ହୋଇଥିଲା। ଏହା ଲିଭରପୁଲ ମ୍ୟାନେଜର ଭାବେ ଜୁର୍ଗନଙ୍କ ପ୍ରଥମ ଟାଇଟଲ। ସାଢ଼େ ୩ ବର୍ଷ କାର୍ଯ୍ୟକାଳ ପରେ ସେ ୬ଟି ଫାଇନାଲରେ ପରାଜୟ ଧାରା ଭଙ୍ଗ କରିଛନ୍ତି। ପୂର୍ବରୁ ୧୯୭୭, ୧୯୭୮, ୧୯୮୧, ୧୯୮୪ ଓ ୨୦୦୫ରେ ଲିଭରପୁଲ ଚାମ୍ପିୟନ୍ସ ଟ୍ରଫି ହାତେଇଥିଲା।

Share