Advertisement

ଲିଭରର ବିଭିନ୍ନ ସମସ୍ୟାରୁ ଦୂରେଇ ରଖେ ଏହି ପତ୍ର…

ଅଶ୍ୱତ୍ଥ(ଓସ୍ତ)ପତ୍ରର ଅନେକ ଔଷଧୀୟ ଗୁଣ ରହିଛି। ଏହା ବିଭିନ୍ନ ଲିଭର ସମସ୍ୟାରୁ ଦୂରେଇ ରଖେ ବୋଲି ଆୟୁର୍ବେଦରେ ଉଲ୍ଲେଖ ରହିଛି। ଅଶ୍ୱତ୍ଥ ପତ୍ରକୁ ଶୁଖାଇ ସେଥିରେ ଚିନି କିମ୍ବା ମିଶ୍ରି ମିଶାଇ ଗୁଣ୍ଡ କରିବା ପରେ ଏଥିରୁ ଅଧ ଚାମଚେ ଗ୍ଲାସେ ପାଣିରେ ମିଶାଇ ପିଇଲେ ଲିଭର ସ୍ବାଭାବିକ ଭାବେ କାମ କରିଥାଏ। ଜଣ୍ଡିସ୍‌ ରୋଗୀଙ୍କ ପାଇଁ ଏହା ମହୌଷଧୀ ସାବ୍ୟସ୍ତ ହୋଇଥାଏ। ଏହା ରକ୍ତ ସଫା କରିବାରେ ସହାୟକ ହୋଇଥାଏ। ଅଶ୍ୱତ୍ଥ ପତ୍ର ଗୁଣ୍ଡକୁ ମହୁରେ ମିଶାଇ ପ୍ରତିଦିନ ଦୁଇଥର ଖାଇଲେ ସମସ୍ତ ରକ୍ତ ବିକାର ନଷ୍ଟ ହୁଏ। ଏହା ରକ୍ତଚାପକୁ ସ୍ବାଭାବିକ କରିବା ସହିତ କୋଲେଷ୍ଟରଲସ୍ତରକୁ ନିୟନ୍ତ୍ରିତ କରିଥାଏ ବୋଲି ଆୟୁର୍ବେଦରେ ଉଲ୍ଲେଖ ରହିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share