ଲିଭର୍‌କୁ ସୁରକ୍ଷିତ ରଖେ ଏହି ପତ୍ର…

ଭୃସଙ୍ଗପତ୍ର ସ୍ବାସ୍ଥ୍ୟ ପାଇଁ ଲାଭକାରୀ । ପ୍ରତିଦିନ ସକାଳେ ଅଧାକପ୍‌ ଭୃସଙ୍ଗପତ୍ର ରସ ପିଇଲେ ଲିଭର ବିଭିନ୍ନ ସଂକ୍ରମଣରୁ ଦୂରେଇ ରୁହେ। ଏହାର କାର୍ଯ୍ୟକୁ ଭୃସଙ୍ଗପତ୍ର ରସ ସ୍ବାଭାବିକ କରେ। ଭୃସଙ୍ଗପତ୍ର ରସ ନିୟମିତ ପିଇଲେ ମଧୁମେହରୁ ମୁକ୍ତି ମିଳେ। ଏହା ରକ୍ତର କୋଲେଷ୍ଟରଲସ୍ତରକୁ ନିୟନ୍ତ୍ରିତ କରିଥାଏ। ଏଥିରେ ଭିଟାମିନ ବି୧, ବି୩, ବି୯ ଏବଂ ସି ରହିଥାଏ । ଏହା ସହିତ ଏଥିରେ ଆଇରନ, କ୍ୟାଲସିୟମ ଏବଂ ଫସଫରସ ରହିଛି। ପ୍ରତିଦିନ ଭୃସଙ୍ଗପତ୍ର ଚୋବାଇବା ଖାଇଲେ ଦ୍ୱାରା ମେଦବହୁଳତାରୁ ମିଳେ ମୁକ୍ତି। ଏକ ଚାମଚ ମହୁରେ ଭୃସଙ୍ଗପତ୍ର ରସ ମିଶାଇ ପିଇଲେ କଫ ବାହାରି ଯାଇଥାଏ। ଏହାକୁ ନିୟମିତ ପିଇଲେ ହାର୍ଟ ଆଟାକ୍‌ ଆଶଙ୍କା କମିଥାଏ ବୋଲି ଆୟୁବେର୍ଦରେ ଉଲ୍ଲେଖ ରହିଛି।