Categories: ଜାତୀୟ

ଲିଭର ପ୍ରତିରୋପଣ କରିବାକୁ ଆସିଥିବା ଇରାକ ନାଗରିକଙ୍କଠାରୁ ପୋଲିସ୍‌ ପୋଷାକରେ ୨୦ ଲକ୍ଷ ଲୁଟିନେଲେ ଲୁଟେରା

ନୋଏଡ଼ା,୧୮।୭: ଦିଲ୍ଲୀର ନୋଏଡ଼ା ଥାନା ଅନ୍ତର୍ଗତ ଏକ୍ସପ୍ରେସ୍‌ ଓ୍ବେ ନିକଟରେ ଘଟିଛି ଏକ ଅଭାବନୀୟ ଘଟଣା। ଲିଭର ପ୍ରତିରୋପଣ ପାଇଁ ଆସିଥିବା ଇରାକର ଜଣେ ନାଗରିକଙ୍କଠାରୁ ୨୦ ଲକ୍ଷ ୬୧ ହଜାର ଟଙ୍କା ଲୁଟେରା ଲୁଟି ନେଇଛନ୍ତି। ଲୁଟେରାମାନେ ପୋଲିସ ପୋଷାକରେ ସେକ୍ଟର ୧୨୮ଠାରେ ଥିବା ଜେପି ହସ୍ପିଟାଲ ପରିସରରେ ଆସି ଏଭଳି କାଣ୍ଡ ଭିଆଇଛନ୍ତି। ଇରାକ୍‌ରୁ ଏଠାକୁ ଚିକିତ୍ସା ପାଇଁ ଆସିଥିବା ଫାରିଶ୍‌ ଅବି ଏବଂ ସାଦୁଙ୍କ ପାଖରେ ନିଶାଦ୍ରବ୍ୟ ଥିବା କହି ନକଲି ପୋଲିସମାନେ ତାଙ୍କର ଯାଞ୍ଚ୍‌ କରିବା ସହିତ ଲୁଟ୍‌ କରିଥିବା କୁହାଯାଉଛି। ଏନେଇ ଖବର ପାଇ ପୋଲିସ ଲୁଟେରାଙ୍କୁ ଧରିବା ପାଇଁ ଖେଳତାଡ଼ ଆରମ୍ଭ କରିଛି।

Share