ଲିଭର ରୋଗ ଚିହ୍ନଟ ହେବାର ନୂଆ ଉପାୟ

ଲିଭର ରୋଗକୁ ଚିହ୍ନଟ କରିବାର ଏକ ନୂଆ ଉପାୟ ନିକଟରେ ଉଦ୍ଭାବିତ ହୋଇଛି। ଏ କ୍ଷେତ୍ରରେ ସଫଳତା ଅର୍ଜନ କରିଛନ୍ତି ଆମେରିକାସ୍ଥିତ ଜର୍ଜିଆ ୟୁନିଭର୍ସିଟିର ବିଶେଷଜ୍ଞମାନେ। ଉକ୍ତ ୟୁନିଭର୍ସିଟିର ପ୍ରଫେସର ୟାଙ୍ଗ୍‌ଙ୍କ ନେତୃତ୍ୱରେ ଏକ ବିଶେଷଜ୍ଞ ଗ୍ରୁପ୍‌ ଏ ନେଇ ଗବେଷଣା କରିଥିଲେ। ବର୍ତ୍ତମାନ ଆମେରିକାରେ  ନୋନାଲକୋହୋଲିକ ଫ୍ୟାଟି ଲିଭର ରୋଗ ନିଜର କାୟାବିସ୍ତାର କରିଚାଲିଛି। ଏହି ରୋଗକୁ ସହଜରେ ଚିହ୍ନଟ କରିବାର ଏକ ଉପାୟ ସେମାନେ ଖୋଜିପାଇଛନ୍ତି। ପ୍ରଥମେ ଏକ ମୂଷାର ଟିସୁକୁ ପରୀକ୍ଷାକରି ସେମାନେ ସଫଳ ହୋଇଥିଲେ। ମନୁଷ୍ୟମାନଙ୍କ କ୍ଷେତ୍ରରେ ଏପରି ପ୍ରଣାଳୀ ମଧ୍ୟ ସଫଳ ହେବ ବୋଲି ଦୃଢ଼ୋକ୍ତି ବ୍ୟକ୍ତ କରିଛନ୍ତି ପ୍ରଫେସର ୟାଙ୍ଗ୍‌।