Advertisement
Categories: ଫୁରସତ

ଲୁଙ୍ଗି ପିନ୍ଧିଥିବାରୁ ରେସ୍ତୋରାଁରେ ମିଳିଲା ନାହିଁ ଖାଦ୍ୟ

କେରଳରେ ଲୁଙ୍ଗି ପିନ୍ଧି ବାହାରକୁ ଯିବା ଏକ ସାଧାରଣ ଘଟଣା। ବିଶେଷ କରି ଦକ୍ଷିଣ ଭାରତୀୟମାନେ ଏହି ଲୁଙ୍ଗିର ବ୍ୟବହାର କରିଥାନ୍ତି। ହେଲେ ନିକଟରେ ଜଣେ ଯୁବକ ସାଙ୍ଗମାନଙ୍କ ସହ ମିଶି ଲୁଙ୍ଗିପନ୍ଧି ରେସ୍ତୋରାଁ ଯାଇଥିବାରୁ ସେଠାରେ ତାଙ୍କୁ ଖାଇବାକୁ ମିଳି ନ ଥିବାରୁ ସେ ପୋଲିସରେ ଅଭିଯୋଗ କରିଛନ୍ତି। ସୂଚନା ଅନୁଯାୟୀ, କେରଳର କୋଝିକୋଡିରେ କରିମ ଚେଲେମ୍ବରା ନାମକ ଜଣେ ଯୁବକ ଲୁଙ୍ଗି ପିନ୍ଧି ଏକ ରେସ୍ତୋରାଁକୁ ଖାଇବାକୁ ଯାଇଥିଲେ। ଆଉ ସେ ସେଠାରେ ପ୍ରବେଶ କରିବା ସମୟରେ ରେସ୍ତୋରାଁ କର୍ମଚାରୀ ତାଙ୍କୁ ଭିତରକୁ ଯିବାକୁ ବାରଣ କରିଥିଲେ। ସେ ଏହାର କାରଣ ଜାଣିବାକୁ ଚାହିଁବାରୁ ତାଙ୍କୁ କୁହାଯାଇଥିଲା କି ସେ ଲୁଙ୍ଗି ପିନ୍ଧି ଆସିଥିବାରୁ ତାଙ୍କୁ ଏଠାରେ ପ୍ରବେଶ ଅନୁମତି ଦିଆଯିବ ନାହିଁ। କାରଣ ଏଠାରେ ଲୋକେ ପରିବାର ସହ ଆସୁଥିବାରୁ ଏମିତି ପୋଷାକ ପିନ୍ଧି ଆସିଥିବା ବ୍ୟକ୍ତିଙ୍କୁ ଏଠାରେ ବାରଣ କରାଯାଇଥାଏ। ସେ ଏହାର ପାଲଟା ଜବାବରେ କହିଥିଲେ କି ଏହାତ କେଉଁଠି ଉଲ୍ଲେଖ କରାଯାଇ ନାହିଁ। ତେଣୁ ସେ ଏହାକୁ ନେଇ ପୋଲିସ ନିକଟରେ ଅଭିଯୋଗ କରିବା ପରେ ତାଙ୍କୁ ବହୁ ଲୋକ ସହଯୋଗ ମଧ୍ୟ କରିଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share