Categories: ଜାତୀୟ

ଲୁଚିଛପି ବିବାହରେ ଯୋଗଦେବା ପାଇଁ ପାକିସ୍ତାନ ଗଲେ ଶତ୍ରୁଘ୍ନ ସିହ୍ନା! ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୧।୨: ଅଭିନେତା ତଥା କଂଗ୍ରେସ ନେତା ଶତ୍ରୁଘ୍ନ ସିହ୍ନା ଏକ ବିବାହ ଭୋଜିରେ ଯୋଗ ଦେବା ପାଇଁ ପାକିସ୍ତାନ ଯାଇଥିବା ଜଣାପଡିଛି। ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ସେ ଲାହୋରରେ ଏକ ବିବାହ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା କୁହାଯାଉଛି। ପରଭେଜ ମୁଗଲ ନାମକ ଜଣେ ପାକିସ୍ତାନୀ ଫଟୋଗ୍ରାଫର ନିଜ ଇନଷ୍ଟାଗ୍ରାମରେ ବିବାହର ଫଟୋ ଶେୟାର କରିଥିଲେ। ଫଟୋରେ ଶତ୍ରୁଘ୍ନ ସିହ୍ନା ନଜର ଆସିଥିଲେ। କ୍ୟାପଶନରେ ପରଭେଜ ଲେଖିଛନ୍ତି, ହନା ଏବଂ ଅହମଦଙ୍କ କଓ୍ବାଲୀ ନାଇଟ୍‌ରେ ଶତ୍ରୁ ଜୀ। ଏହି ବିବାହ ଉତ୍ସବରେ ପାକିସ୍ତାନୀ ଷ୍ଟାର ରିମା ଉପସ୍ଥିତ ଥିଲେ। ଭାରତ-ପାକିସ୍ତାନ ତିକ୍ତତା ଭିତରେ ଶତ୍ରୁଘ୍ନ ସିହ୍ନାଙ୍କ ପାକିସ୍ତାନ ଗସ୍ତ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଭିଡିଓକୁ ନେଇ ତାଙ୍କର କୌଣସି ପ୍ରତିକ୍ରିୟା ଆସିପାରିନାହିଁ।

Share