Categories: ଭଦ୍ରକ

ଲୁଟିନେଲେ ୫ ଲକ୍ଷ ୫୦ ହଜାର ଟଙ୍କା

ଭଦ୍ରକ ଅଫିସ,୨୮।୧-ଭଦ୍ରକ ଜିଲା ଧାମନଗର ଥାନା ଅଧୀନ ଚୁଡ଼ାକୁଟି ବଜାରରେ ଥିବା ଏକ ଏଟିଏମ୍‌ରେ ଟଙ୍କା ଭର୍ତ୍ତି କରିବାକୁ ଯାଉଥିବା ଦୁଇ କର୍ମଚାରୀଙ୍କଠାରୁ ସୋମବାର ରାତିରେ ୫ ଲକ୍ଷ ୫୦ ହଜାର ଟଙ୍କା ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଦୁଇଟି ବାଇକ୍‌ରେ ୪ ଜଣ ଲୁଟେରା ଆସି ଏହି ଟଙ୍କା ଲୁଟି ନେଇଯାଇଛନ୍ତି। ଖବର ପାଇ ଧାମନଗର ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ଏତେ ପରିମାଣର ଟଙ୍କା ଏଟି୍‌ଏମ୍‌ରେ ଭର୍ତ୍ତି କରିବା ପାଇଁ ବାଇକ୍‌ରେ ବିନା ସୁରକ୍ଷା କର୍ମୀରେ କିଭଳି ସେହି ସ୍ଥାନକୁ ନିଆଯାଉଥିଲା ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଉଲ୍ଲେଖନୀୟ ଯେ, ଗତବର୍ଷ ୟୁକୋ ବ୍ୟାଙ୍କକୁ କର୍ମଚାରୀମାନେ ଟଙ୍କା ନେଇ ଯାଉଥିବାବେଳେ ଭଦ୍ରକ ଉପକଣ୍ଠ ଜଳଙ୍ଗାଠାରୁ ଲୁଟେରାମାନେ ବନ୍ଧୁକ ଦେଖାଇ ଲକ୍ଷାଧିକ ଟଙ୍କା ଲୁଟି ନେଇଥିଲେ।