ଲୁଟେରାଙ୍କୁ କାବୁ କରି ନିର୍ଧୁମ୍‌ ମାଡ଼: ୨ ଗିରଫ, ବାଇକ୍‌ ଜବତ

ରୂପ୍‌ସା, ୧୬।୧୧(ଡି.ଏନ.ଏ.): ବାଲେଶ୍ୱର ଜିଲା ରୂପ୍‌ସା ଥାନା ଆଙ୍କୋ ମାର୍କେଟ୍‌ ଛକରେ ଶନିବାର ସ୍ଥାନୀୟ ଲୋକେ ୨ଜଣ ଲୁଟେରାଙ୍କୁ କାବୁ କରି ନିର୍ଧୁମ ମାଡ଼ ମାରିଛନ୍ତି। ଥାନାଧିକାରୀ ସୁଚନ୍ଦ୍ର ମହାଳିକ ସଦଳବଳେ ପହଞ୍ଚତ୍ ୨ ଅଭିଯୁକ୍ତଙ୍କୁ ଗିରଫ କରିଛନ୍ତି।
ଆଙ୍କୋ ଗ୍ରାମର ରନତ୍ାକର ବେହେରା ଅପରାହ୍ନରେ ରୂପ୍‌ସା ୟୁନାଇଟେଡ଼ ବ୍ୟାଙ୍କରୁ ୨୦ହଜାର ଟଙ୍କା ଉଠାଇ ଘରକୁ ଫେରୁଥିଲେ। ୨ଜଣ ଲୁଟେରା ତାଙ୍କୁ ପିଛା କରି ଆଙ୍କୋ ୟୁପି ସ୍କୁଲ ନିକଟରୁ ୨୦ହଜାର ଟଙ୍କା ଲୁଟ୍‌ କରି ଦ୍ରୁତ ବେଗରେ ପଳାଉଥିଲେ। ମାତ୍ର ଭାରସାମ୍ୟ ହରାଇ ଆଙ୍କୋ ଛକଠାରେ ଅଭିଯୁକ୍ତଦ୍ୱୟ ବାଇକ୍‌ରୁ ପଡ଼ିଯିବାରୁ ସ୍ଥାନୀୟ ଲୋକେ ତାଙ୍କୁ କାବୁ କରିଥିଲେ। ଏହାପରେ ଲୁଟେରାଦ୍ୱୟଙ୍କୁ ନିର୍ଧୁମ୍‌ ମାଡ଼ ମାରି ପୋଲିସକୁ ଖବର ଦେଇଥିଲେ। ପୋଲିସ ପହଞ୍ଚତ୍ ଅଭିଯୁକ୍ତଦ୍ୱୟ ଗଞ୍ଜାମ ଜିଲା ଆସିକା ଥାନା ଅଞ୍ଚଳର ପି. ଅଜୟ ଓ କୋଦଳା ଥାନା ଅଞ୍ଚଳର ପି. ସୁଭାସଙ୍କୁ ଗିରଫ କରିଥିଲେ। ତାଙ୍କଠାରୁ ଏକ ଆପାଚି ବାଇକ୍‌ (ନଂ. ଓଡ଼ି୦୨ବିସି-୮୩୭୮) ଜବତ ହୋଇଛି। ଏନେଇ ଏକ ମାମଲା (ନଂ. ୮୪/୧୯) ରୁଜୁ ହୋଇ ତଦନ୍ତ ଜାରି ରହିଛି।