ଲୁଟ୍‌ ଉଦ୍ୟମ ବିଫଳ: ଏଟିଏମ୍‌ ଭାଙ୍ଗିଲେ ଦୁର୍ବୃତ୍ତ

ନରାଜ,୨୩।୧୦(ଡି.ଏନ୍‌.ଏ.): ନନ୍ଦନକାନନ ପ୍ରାଣୀ ଉଦ୍ୟାନ ମୁଖ୍ୟ ଫାଟକ ପାଖରେ ଥିବା ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନ୍‌ବି) ଏଟିଏମ୍‌ରୁ ଲୁଟ୍‌ ଉଦ୍ୟମ ବିଫଳ ହୋଇଛି। ମଙ୍ଗଳବାର ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ଏଟିଏମ୍‌ ତାଡ଼ି ଦେଇଥିବା ଖବର ପାଇ ନନ୍ଦନକାନନ ଥାନାଧିକାରୀ ଓ ବ୍ୟାଙ୍କ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଏଟିଏମ୍‌ରୁ ଟଙ୍କା ଚୋରି ହୋଇ ନ ଥିବା ସୂଚନା ଦେଇଛନ୍ତି। ଦୁର୍ବୃତ୍ତ ସେଠାରେ ଥିବା ସିସିଟିଭି ନଷ୍ଟ କରିଦେଇ ଥିବାବେଳେ ନନ୍ଦନକାନନର କୌଣସି ସିସିଟିଭି କାମ କରୁ ନ ଥିବାରୁ କିଏ ଏପରି ଘଟଣା ଘାଇଟାଇଛନ୍ତି ତାହା ଜଣାପଡ଼ିନାହିଁ । ତେବେ ପୋଲିସ ତଦନ୍ତ ଜାରି ରଖିଥିବା କହିଛି।