ଲୁଟ୍‌ ଉଦ୍ୟମ ବିଫଳ: ଘର ମାଲିକଙ୍କ କାନ କାଟି ଫେରାର ହେଲେ ଦୁର୍ବୃତ୍ତ

କଣ୍ଟାପଡା,୧୪।୮(ଡି.ଏନ୍‌.ଏ.): କଟକ ଜିଲା ଓଲଟପୁର ଥାନା ଅନ୍ତର୍ଗତ ଅଡ଼ଶପୁର ଗ୍ରାମ ବେଢ଼ାସାହିର ଜଣେ ବ୍ୟକ୍ତିଙ୍କ ଘରୁ ମଙ୍ଗଳବାର ବିଳମ୍ବିତ ରାତିରେ ୨ ଦୁର୍ବୃତ୍ତ ଲୁଟ୍‌ ଉଦ୍ୟମ କରି ବିଫଳ ହୋଇଛନ୍ତି। ଏଯାବତ୍‌ ଥାନାରେ କୌଣସି ଅଭିଯୋଗ ହୋଇ ନ ଥିବା ବେଳେ ଖବରପାଇ ଓଲଟପୁର ପୋଲିସ ଘଟଣାସ୍ଥଳ ପହଞ୍ଚଛି।
ପ୍ରକାଶ ଯେ, ଘର ମାଲିକ ମନୋରଞ୍ଜନ ନାଥ ଶୋଇଥିବା ବେଳେ ରାତି ପ୍ରାୟ ୨ଟା ବେଳେ ୨ ଦୁର୍ବୃତ୍ତ ଶିଢ଼ିଘର ଦେଇ ଘରଭିତରକୁ ପଶିଥିଲେ। ଶବ୍ଦ ଶୁଣି ମନୋରଞ୍ଜନ ପାଟି କରିବାରୁ ଦୁର୍ବୃତ୍ତମାନେ ଏକ ଛୁରିରେ ତାଙ୍କୁ ଆକ୍ରମଣ କରିଥିଲେ। ଏଥିରେ ମନୋରଞ୍ଜନଙ୍କ ବାମ କାନରେ ଆଘାତ ଲାଗିଥିଲା। ସେ ଚିତ୍କାର କରିବାରୁ ଦୁର୍ବୃତ୍ତମାନେ ଫେରାର ହୋଇ ଯାଇଥିଲେ।

Share