ଲୁଣରେ ଆୟୋଡ଼ିନ୍‌: ଆମେରିକା, ଜର୍ମାନୀ ସମେତ ପୃଥିବୀର ୫୬ ଦେଶରେ ପ୍ରତିବନ୍ଧିତ

ଓ୍ବାଶିଂଟନ,୧୧।୬: ଭାରତରେ ଆୟୋଡ଼ିନ୍‌ଯୁକ୍ତ ଲୁଣର ବ୍ୟବହାର ପାଇଁ ସରକାରଙ୍କ ସ୍ବୀକୃତି ମିଳିଛି। ତେବେ ଏହାକୁ ଆମେରିକା, ଜର୍ମାନୀ ସମେତ ପୃଥିବୀର ୫୬ଟି ଦେଶରେ ପ୍ରତିବନ୍ଧିତ କରାଯାଇଛି। ଏହାଯୋଗୁ କର୍କଟ, ପକ୍ଷାଘାତ,ଉଚ୍ଚ ରକ୍ତଚାପ, ନପୁଂଷକତା, ଡାଇବେଟିସ୍‌ ଆଦି ବିଭିନ୍ନ ସମସ୍ୟା ଦେଖାଯାଇଥାଏ ବୋଲି ଆମେରିକା ଖାଦ୍ୟ ଏବଂ କୃଷି ସଂଗଠନ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ ପ୍ରକାଶ ପାଇଛି। ଆମେରିକାର କ୍ୟାନସର ଗବେଷଣା ସଂସ୍ଥାା ଡାକ୍ତର ଫେଡରିକ୍‌ ହାଫ୍‌ମେନ୍‌ ଆୟୋଡିନ୍‌ଯୁକ୍ତ ଲୁଣ ମଣିଷ ଲାଗି ଘାତକ ବୋଲି ପ୍ରକାଶ କରିଛନ୍ତି। ଭାରତରେ ଅଟଳବିହାରୀ ବାଜପେୟୀଙ୍କ ସରକାରଙ୍କ ସମୟରେ ୨୦୦୦ରେ ଆୟୋଡିନ୍‌ଯୁକ୍ତ ଲୁଣ ପ୍ରସ୍ତୁତି କରିବା ବାଧ୍ୟତାମୂଳକ ନୁହେଁ ବୋଲି କୁହାଯାଇଥିଲା। ତେବେ ପରବର୍ତ୍ତୀ ସମୟରେ ୨୦୦୫ରେ ଆୟୋଡିନ୍‌ଯୁକ୍ତ ଲୁଣ ପ୍ରସ୍ତୁତ କରିବାକୁ ବାଧ୍ୟତାମୂଳକ କରାଯାଇଥିଲା। ଇତିମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମଦେି ସରକାରଙ୍କୁ ଆୟୋଡିନ୍‌ଯୁକ୍ତ ଲୁଣର ଆବଶ୍ୟତା ନେଇ ଅନେକ ପ୍ରଶ୍ନ କରାଯାଇଥିଲେ ମଧ୍ୟ ଉତ୍ତର ମିଳି ପାରି ନ ଥିବା କୁହାଯାଉଛି। ୨୦୦୫-୦୬ରେ ଏସିଆ ଏବଂ ଆଫ୍ରିକାର ଲୋକଙ୍କ ଉପରେ ଆୟୋଡିନ୍‌ଯୁକ୍ତ ଲୁଣର ପ୍ରଭାବ ନେଇ ପରୀକ୍ଷଣ କରାଯାଇଥିଲା। ଏହାଯୋଗୁ ଅନେକ ଗୁରୁତର ସମସ୍ୟା ଦେଖାଦେଉଥିବା ପ୍ରକାଶିତ ଏକ ରିପୋର୍ଟରେ ଦର୍ଶାଯାଇଥିଲା।

Share