Advertisement

ଲୁନାକୁ ଧକ୍କା ଦେଲା ବାଇକ୍‌: ଜଣେ ମୃତ

ପାଟଣା,୧୨।୧୨(ସ୍ବ.ପ୍ର.) : କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ମଲ୍ଲାରପଦା ଗ୍ରାମ ରାସ୍ତାରେ ବୁଧବାର ସନ୍ଧ୍ୟାରେ ଲୁନାକୁ ଏକ ବାଇକ୍‌ ଧକ୍କା ଦେବାରୁ ୬୫ ବର୍ଷୀୟ ଜଣେ ଲୁନା ଆରୋହୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ମୃତକ ଜଣକ ହେଉଛନ୍ତି ଉକ୍ତ ଗ୍ରାମର ଭୀମସେନ ମୁଦୁଲି। ସେ ଲୁନା ଯୋଗେ ବନମାଳୀପୁର ଗ୍ରାମକୁ ଯାଉଥିବା ସମୟରେ ବିପରୀତ ଦିଗରୁ ଆସୁଥିବା ଏକ ବାଇକ୍‌ ତାଙ୍କ ଲୁନାକୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଖବର ପାଇ ତୁରୁମୁଙ୍ଗା ପୋଲିସ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟରେ ଗୁରୁବାର ମୃତଦେହ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share