Advertisement

ଲୁର୍ଦ୍ଦୁମେରୀଙ୍କ ସୁବର୍ଣ୍ଣ ଜୟନ୍ତୀ ସମାରୋହ ଉଦ୍‌ଯାପିତ

ଦାରିଙ୍ଗବାଡ଼ି/ବ୍ରାହ୍ମଣୀଗାଁ,୧୨।୨(ଡି.ଏନ୍‌.ଏ.)-ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗଁା ଠାରେ ଲୁର୍ଦ୍ଦୁମେରୀଙ୍କ ସୁବର୍ଣ୍ଣ ଜୟନ୍ତୀ ସମାରୋହ ଉଦ୍‌ଯାପିତ ହୋଇଯାଇଛି। କଟକ ଡାଇଓସେସ୍ର ବିଶପ ଜୋହନ ବାରୱାଙ୍କ ତତ୍ତ୍ୱାବଧାନରେ ବିଭିନ୍ନ ମଣ୍ଡଳୀରୁ ଆସିଥିବା ଯାଜକ ମାନଙ୍କ ଦ୍ୱାରା ଦିବ୍ୟଯଜ୍ଞ ଅନୁଷ୍ଠିତ ସହ ବାଇବଲ୍‌ ପଠନ, ସାମୂହିକ ପ୍ରାର୍ଥନା, ସଙ୍ଗୀତଗାନ ଆଦି ହୋଇଥିଲା। ସେହିପରି ଖ୍ରୀଷ୍ଟ ଧର୍ମାବଲମ୍ବି ଶ୍ରଦ୍ଧାଳୁମାନଙ୍କୁ ନେଇ ସତ୍‌ସଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସନ୍ଧ୍ୟାରେ କ୍ୟାଣ୍ଡେଲ ଶୋଭାଯାତ୍ରାରେ ମା’ମେରୀଙ୍କ ମୂର୍ତ୍ତିକୁ ବ୍ରାହ୍ମଣୀଗାଁ ଅଞ୍ଚଳ ପରିକ୍ରମା କରାଯାଇଥିଲା। ପରେ ରବୀନ୍ଦ୍ର ନାଥ ମିଶ୍ରଙ୍କ ନିର୍ଦ୍ଦେଶନାରେ ସାମାଜିକ ନାଟକ ‘କାହାଣୀ ଶୁଣିଲେ କାନ୍ଦ ଲାଗୁଛି’ ମଞ୍ଚସ୍ଥ କରାଯାଇଥିଲା। ବ୍ରାହ୍ମଣୀଗାଁ ଖ୍ରୀଷ୍ଟ କଳାପରିଷଦ ପକ୍ଷରୁ କଳାକାରମାନେ ଅଭିନୟ କରିଥିଲେ। ଏହାକୁ ସୁବର୍ଣ୍ଣ ଜୟନ୍ତୀ ଜୁବୁଲି କମିଟି ପକ୍ଷରୁ ଆୟୋଜନ କରାଯାଇଥିଲା। କାର୍ଯ୍ୟକ୍ରମକୁ ବ୍ଲକ ଉପାଧ୍ୟକ୍ଷ ତଥା ଜୟନ୍ତୀ ପାଳନ କମିଟିର ମୁଖ୍ୟ ରମାକାନ୍ତ ବଳିଆରସିଂ, ଥମାସ ନାୟକ, କିଶୋର ନାୟକ, ସଦାନନ୍ଦ ନାୟକ, ବିକ୍ରମ ବସ୍ତରାୟ, ଅଶୋକ କୁମାର ସିଂ, ସୁବାସ ଚନ୍ଦ୍ର ବଳିଆରସିଂ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share