Categories: ଜାତୀୟ

ଲେଖାହେବ ଭାରତୀୟ ସୀମା ବିବାଦର ଇତିହାସ: ସଚେତନ ହେବେ ସୀମା ବାସିନ୍ଦା

ନୂଆଦିଲ୍ଲୀ,୧୯।୯: ସୀମାବର୍ତ୍ତୀ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କୁ ସଚେତନ କରାଇବା ପାଇଁ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସ୍ବତନ୍ତ୍ର ପଦକ୍ଷେପ ଗ୍ରହଣ କରାଯିବା ଲାଗି ଯୋଜନା ହୋଇଛି। ଏନେଇ ଖୁବ୍‌ ଶୀଘ୍ର ଭାରତୀୟ ସୀମା ବିବାଦର ଇତିହାସ ଲେଖାଯିବ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏହି ପ୍ରସ୍ତାବକୁ ମଞ୍ଜୁରୀ ଦେଇଛନ୍ତି। ଏସମ୍ପର୍କରେ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ନେହେରୁ ମେମୋରିଆଲ୍‌ ସଂଗ୍ରହାଳୟ, ଭାରତୀୟ ଐତିହାସିକ ଅନୁସନ୍ଧାନ ପରିଷଦ, ଅଭିଲେଖାଗାର ମହାନିର୍ଦ୍ଦେଶାଳୟ, ସ୍ବରାଷ୍ଟ୍ର ମନ୍ତ୍ରଣାଳୟ, ବୈଦେଶିକ ମନ୍ତ୍ରଣାଳୟ ଏବଂ ପ୍ରତିରକ୍ଷା ମନ୍ତ୍ରଣାଳୟ ସହିତ ଏକ ବୈଠକ ସେପ୍ଟେମ୍ବର ୧୭ରେ ଅନୁଷ୍ଠିତ ହୋଇଥିଲା। ସୂଚନାଯୋଗ୍ୟ, ଭାରତ ସହିତ ପାକିସ୍ତାନ, ଚାଇନା, ବାଲାଂଦେଶ, ଭୁଟାନ, ନେପାଳ, ମ୍ୟାନମାର୍‌ ଏବଂ ଆଫଗାନିସ୍ତାନ ଆଦି ୭ଟି ଦେଶର ସୀମା ରହିଛି।

Share