ଢାକା,୧୮।୧୦(ପି.ଟି.)- ଅନ୍ତର୍ଜାତୀୟ ସ୍ତରରେ ବାଂଲାଦେଶର ବ୍ୟାଟ୍ସମ୍ୟାନମାନେ ଲେଗ୍ ସ୍ପିନରଙ୍କ ସାମ୍ନାରେ ସଂଘର୍ଷ କରୁଥିତ୍ବାରୁ ବିସିବି ଏବେ ଲେଗ୍ ସ୍ପିନରଙ୍କୁ ଏବେ ଅଧିକ ଗୁରୁତ୍ୱ ଦେଉଛି। ଜାତୀୟ କ୍ରିକେଟ ଲିଗ୍ର ଦୁଇ ଦଳରେ ଲେଗ୍ ସ୍ପିନରଙ୍କୁ ସାମିଲ ନ କରିବାରୁ ଦୁଇ କୋଚ୍ଙ୍କୁ ବିଦା କରାଯାଇଛି। ନିୟମ ନ ମାନିବାରୁ ଦୁଇ କୋଚ୍ଙ୍କୁ ବିଦା କରାଯାଇଥିବା ବାଂଲାଦେଶ କ୍ରିକେଟ ବୋର୍ଡ (ବିସିବି) ଶୁକ୍ରବାର ସ୍ପଷ୍ଟ କରିଛି। ଢାକା ଦଳ ଲେଗ୍ ସ୍ପିନର ଜୁବିର ହୋସେନ ଓ ଖୁଲନା ଦଳ ରଶିଦ ହୋସେନଙ୍କୁ ଖେଳାଇ ନ ଥିଲେ। ଏନ୍ସିଏଲରେ ଲେଗ୍ ସ୍ପିନର ଖେଳାଇବାକୁ ଆମେ ନିର୍ଦ୍ଦେଶ ଦେଇଛୁ। କିନ୍ତୁ ଦୁଇ ଦଳ ସେମାନଙ୍କୁ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ଦେଇ ନ ଥିଲେ। ଆମେ ଯଦି ଲେଗ୍ ସ୍ପିନରଙ୍କୁ ସୁଯୋଗ ନ ଦେବା, ତେବେ ସେମାନେ ଉନ୍ନତର କେଉଁ ଭଳି ହେବେ ବୋଲି ବୋର୍ଡ ସଭାପତି ନାଜମୁଲ ହାସନ କହିଛନ୍ତି। ସେ ଆହୁରି କହିଛନ୍ତି ଆଗାମୀ ବାଂଲାଦେଶ ପ୍ରିମିୟର ଲିଗ୍ରେ ମଧ୍ୟ ଲେଗ୍ ସ୍ପିନର ଖେଳିବା ବାଧ୍ୟତାମୂଳକ କରାଯିବ।