ଲେଡି ଲଭ୍‌ଙ୍କ ସହ ପ୍ରଥମଥର ହୋଲି ଖେଳିଲେ ନିକ୍‌

ମୁମ୍ବାଇ: ଆମେରିକାନ ସିଙ୍ଗର ନିକ୍‌ ଜୋନସ୍‌ ଶୁକ୍ରବାର ପତ୍ନୀ ପ୍ରିୟଙ୍କା ଚୋପ୍ରା ଜୋନସଙ୍କ ସହ ମୁମ୍ବାଇରେ ପ୍ରଥମ ଥର ଲାଗି ହୋଲି ଖେଳିଛନ୍ତି। ଇଶା ଅମ୍ବାନିଙ୍କ ଦ୍ୱାରା ଆୟୋଜିତ ଏହି ହୋଲି କାର୍ଯ୍ୟକ୍ରମରେ ଆହୁରି ମଧ୍ୟ କେତେଜଣ ବଲିଉଡ୍‌ ସେଲିବ୍ରିଟିଙ୍କୁ ଦେଖିବାକୁ ମିଳିଥିଲା। ଏହାପରେ ନିକ୍‌ ତାଙ୍କର କିଛି ଫଟୋ ଓ ଦୁଇଟି ଭିଡିଓ ସୋସିଆଲ ମିଡିଆରେ ଶେୟାର କରିବା ସହ ହୋଲିର ମଜା ନେଇଥିବା ଲେଖିଥିଲେ। ଗୋଟିଏ ଭିଡିଓରେ ସେ ତାଙ୍କ ଲେଡି ଲଭଙ୍କ ସହ ଆଖି ମିଳାଇବାର ଦୃଶ୍ୟ ସମସ୍ତଙ୍କୁ ବେଶ୍‌ ପସନ୍ଦ ଆସିଛି। ଏହାସହ ନିକ୍‌ ଲେଖିଛନ୍ତି ଭାରତରେ ଥିବା ତାଙ୍କ ଦ୍ୱିତୀୟ ଘରେ ସେ ଯେଉଁ ହୋଲି ପାଳନ କରିଛନ୍ତି ତାହା ସବୁଠାରୁ ନିଆରା। ଏହି ହୋଲି ପର୍ବରେ କ୍ୟାଟ୍ରିନା କୈଫ, ଭିକ୍କି କୌଶଲ, ଡାଏନା ପେଣ୍ଟି, ଜ୍ୟାକଲିନ ଫର୍ଣ୍ଣାଡିଜ୍‌, ହୁମା କ୍ୟୁରେସି ଓ ସୋନାଲି ବେନ୍ଦ୍ରେ ପ୍ରମୁଖଙ୍କୁ ଦେଖିବାକୁ ମିଳିଥିଲା।

Share