ଲେଫ୍ଟନାଣ୍ଟ ଜେନେରାଲ କେ.ପି. ଧଳସାମନ୍ତଙ୍କ ପରଲୋକ

ଭୁବନେଶ୍ୱର,୧୩।୪(ବ୍ୟୁରୋ): ଅବସରପ୍ରାପ୍ତ ସେନା ଅଧିକାରୀ ଲେଫ୍ଟନାଣ୍ଟ ଜେନେରାଲ କେ.ପି. ଧଳସାମନ୍ତଙ୍କର ସୋମବାର ସକାଳେ ପରଲୋକ ଘଟିଛି। ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ ହୋଇଥିଲା। ସେ କ୍ୟାନ୍ସରରେ ପୀଡ଼ିତ ହୋଇ ମାସେ ହେବ ଚିକିତ୍ସାଧୀନ ଥିଲେ।
ଭୁବନେଶ୍ୱର ସୈନିକ ସ୍କୁଲର ପ୍ରଥମ ବ୍ୟାଚ୍‌ର ଛାତ୍ର ଧଳସାମନ୍ତ ମାତ୍ର ୧୯ ବର୍ଷ ବୟସରେ ସେନାରେ ସାମିଲ ହୋଇଥିଲେ।
ତାଙ୍କ ବିୟୋଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୋକ ପ୍ରକାଶ କରିଛନ୍ତି। ତାଙ୍କ ବିୟୋଗ ରାଜ୍ୟ ପାଇଁ ଏକ ବଡ଼ କ୍ଷତି ବୋଲି ସେ ଟୁଇଟ୍‌ କରି କହିଛନ୍ତି। ସେହିପରି ଭାଜପା ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ମଧ୍ୟ ତାଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି। ଜଣେ ସେନାଧିକାରୀ ଭାବେ ଧଳସାମନ୍ତ ସଫଳତାର ସହ କାର୍ଯ୍ୟ କରିବା ପରେ ସାମାଜିକ ଜୀବନରେ ବେଶ୍‌ ସକ୍ରିୟ ଥିଲେ ବୋଲି ବୈଜୟନ୍ତ କହିଛନ୍ତି। ସେ ଜଣେ ନିଷ୍ଠାବାନ ବ୍ୟକ୍ତିତ୍ୱ ଭାବେ ପରିଚିତ ଥିଲେ। ତାଙ୍କର ଦେହାନ୍ତ ଦୁଃଖ ଦେଇଛି ବୋଲି ବୈଜୟନ୍ତ ଟୁଇଟ୍‌ କରିଛନ୍ତି। ଏହାସହିତ ତାଙ୍କ ପରିବାର ଲୋକଙ୍କୁ ସମବେଦନା ଜଣାଇଛନ୍ତି।

Share