ଲୈଲା ମଜନୁର ଅଭିନେତ୍ରୀଙ୍କ ଉପରେ ସଙ୍ଗୀନ ଅଭିଯୋଗ

ମୁମ୍ବାଇ,୨୮।୫: ୮0 ଦଶକର ଲୈଲା ମଜନୁ ଫେମ୍‌ ରଞ୍ଜିତା କୌରଙ୍କ ନାଁରେ ସଙ୍ଗୀନ ଅଭିଯୋଗ ହୋଇଛି। ସେ ନିଜର ସ୍ବାମୀଙ୍କୁ ମାରପିଟ୍‌ କରିବା ସହ ୪ମହଲାରୁ ଠେଲି ଦେବାକୁ ଉଦ୍ୟମ କରୁଥିଲେ। ଏନେଇ ତାଙ୍କ ସ୍ବାମୀ ରାଜ ମସନ୍ଦ ସିନିୟର ସିଟିଜେନ ହେଲ୍ପଲାଇନ ଦ୍ୱାରା ଅଭିନେତ୍ରୀ ରଞ୍ଜିତାଙ୍କ ନାଁରେ ଗତ ସପ୍ତାହରେ ପୁଣେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୋଲିସ ଏନେଇ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି।  ସୂଚନା ଅନୁଯାୟୀ ରଞ୍ଜିତା ଓ ତାଙ୍କ ପୁଅ ମିଶି ରାଜଙ୍କୁ ଶାରୀରିକ ନିର୍ଯ୍ୟାତନା ଦେଉଥିଲେ । ପୁଅ ସ୍କାଇ ବିଜନେସ୍‌ କରୁଥିବା ବେଳେ ରାଜଙ୍କୁ ଟଙ୍କା ମାଗିଥିଲେ। ହେଲେ ଟଙ୍କା ନ ଦେବାରୁ ଏହି କଳହ ସୃଷ୍ଟି ହୋଇଥିଲା। ଏନେଇ ପ୍ରଥମେ ରଞ୍ଜିତାଙ୍କୁ ପ୍ରଶ୍ନ କରିବାରୁ ସେ ଏହି ଅଭିଯୋଗକୁ ଖଣ୍ଡନ କରିଥିଲେ। ହେଲେ ଚାପ ପଡ଼ିବା ପରେ କେଉଁ ଘରେ କଳି ହୁଏନି ବୋଲି ସେ କହିଛନ୍ତି ।

Share