Advertisement

ଲୋଇସିଂହାରେ ଘୂର୍ଣ୍ଣିଝଡ଼: ବାଉଁଶ ବୁଦା ଉପୁଡ଼ି ଜଣେ ମୃତ, ୩ ଗୁରୁତର

ଲୋଇସିଂହା,୬।୩(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଅନ୍ତର୍ଗତ ବୁର୍ଡା ଗ୍ରାମରେ ଶୁକ୍ରବାର ଅପରାହ୍ନରେ ଘୂର୍ଣ୍ଣିଝଡ଼ ସାଙ୍ଗକୁ ବର୍ଷା ହୋଇଛି। ତେବେ ବର୍ଷାରୁ ରକ୍ଷା ପାଇବା ଲାଗି କିଛି ଲୋକ ବାଉଁଶ ବୁଦାତଳେ ଆଶ୍ରୟ ନେଇଥିଲେ। ଏହି ସମୟରେ ଅତ୍ୟଧିକ ପବନରେ ବାଉଁଶ ବୁଦା ଉପୁଡି ପଡ଼ିବାରୁ ସେଥିରେ ସେମାନେ ଚାପି ହୋଇ ଯାଇଥିଲେ। ଏଥିରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି। ସେମାନଙ୍କୁ ଲୋଇସିଂହା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।
ଅଳ୍ପକେ ଜଣେ ବର୍ତ୍ତିଯାଇ ଗ୍ରାମବାସୀଙ୍କୁ ଜଣାଇଥିଲେ। ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚିଥିଲା ବେଳେ ଅଗ୍ନିଶମ କର୍ମଚାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲେ। ଅନ୍ୟପଟେ ପବନର ପ୍ରକୋପ ଏତେ ଅଧିକ ଥିଲାଯେ ବଲାଙ୍ଗୀର-ବରଗଡ଼ ୨୬ ନଂ. ଜାତୀୟ ରାଜପଥରେ ବିଦ୍ୟୁତ୍‌ ଖୁଣ୍ଡ ଉପୁଡି ରାସ୍ତା ଅବରୋଧ ହୋଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share