ଲୋକଗୀତ ମାଧ୍ୟମରେ ଏମ୍‌ପିଙ୍କ ପରିବେଶ ସଚେତନତା

ହିଞ୍ଜିଳିକାଟୁ,୧୨ା୮(ଡି.ଏନ୍‌.ଏ.)-ହିଞ୍ଜିଳିକାଟୁ ତ୍ରିରଙ୍ଗା ଯୁବକ ସଂଘ ଓ ଡ଼ିସ୍‌କଭରୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ରବିବାର ପୌରାଞ୍ଚଳର ୱାର୍ଡ଼ ନଂ.୧୦ ଉପର ରେଗିଡ଼ି ସାହିରେ ଚାରାରୋପଣ କରାଯାଇଛି। ଏଥିରେ ଆସିକା ଏମ୍‌ପି ପ୍ରମିଳା ବିଶୋୟୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଚାରାରୋପଣ କରିବା ସହ ପରିବେଶ ସୁରକ୍ଷା ପାଇଁ ଲୋକଗୀତ ମାଧ୍ୟମରେ ଯୁବକମାନଙ୍କୁ ଉତ୍ସାହିତ କରିଥିଲେ। ସମ୍ମାନିତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷ ଏନ. ରଘୁନାଥ, ଭୀମସେନ ବେହେରା, ନୀଳମଣି ପଟ୍ଟନାୟକ, ବୈଜୟନ୍ତି ମାଳା ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ। ରଞ୍ଜନ କୁମାର ସାହୁ, ପ୍ରଭୁଦତ୍ତ ପାତ୍ର, ଡ଼ିସକଭରୀର କାହ୍ନୁ ପଣ୍ଡା ପ୍ରମୁଖଙ୍କ ନେତୃତ୍ୱରେ କାର୍ଯ୍ୟକ୍ରମ ପରିଚାଳନାରେ ଯୁବକ ସଂଘର ଅଭିଷେକ ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ।