ଲୋକଙ୍କଠାରୁ ବନ୍ଧୁକ କିଣୁଛନ୍ତି ନ୍ୟୁଜିଲାଣ୍ଡ ସରକାର: ୫୦ ଦିନରେ କିଣିଲେ ୧୨ ହଜାର ବନ୍ଧୁକ

କ୍ରାଏଷ୍ଟ୍‌ଚର୍ଚ୍ଚ,୧୯।୮: ଦେଶରେ ଆପରାଧୀକ ମାମଲା ବୃଦ୍ଧି ପାଉଥିବାରୁ ନ୍ୟୁଜିଲାଣ୍ଡ୍‌ ସରକାର ଲୋକଙ୍କଠାରୁ ବନ୍ଧୁକ କିଣିବା ଆରମ୍ଭ କରିଛନ୍ତି। ଗତ କିଛି ଦିନ ତଳେ କ୍ରାଏଷ୍ଟ୍‌ଚର୍ଚ୍ଚରେ ହୋଇଥିବା ଆକ୍ରମଣ ପରେ ସରକାରଙ୍କ ପକ୍ଷରୁ ଏହି ଅଭିଯାନ ଜାରି ରହିଛି। ଇତିମଧ୍ୟରେ ଏଥିପାଇଁ ୭୩ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଗତ ୫୦ ଦିନ ମଧ୍ୟରେ ୧୨ ହଜାର ବନ୍ଧୁକ ସରକାର କିଣିଛନ୍ତି। ସେଥିମଧ୍ୟରୁ ୧୧ ହଜାର ପ୍ରତିବନ୍ଧିତ ବନ୍ଧୁକ ଥିବା କୁହାଯାଉଛି। ସରକାରଙ୍କ ଅନୁସାରେ ଏଠାକାର ୪୯.୯ ଲକ୍ଷ ଜନସଂଖ୍ୟା ମଧ୍ୟରୁ ୧୨ ଲକ୍ଷଙ୍କ ପାଖରେ ବନ୍ଧୁକ ରହିଛି। ଏସବୁ ବନ୍ଧୁକର ଦାମ ୭ରୁ ୭୦ ଲକ୍ଷ ଟଙ୍କା ବୋଲି ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନାଯୋଗ୍ୟ, ଭାରତରେ ୯୭ ଲକ୍ଷ ଲୋକଙ୍କ ପାଖରେ ଲାଇସେନ୍ସ୍‌ ପ୍ରାପ୍ତ ବନ୍ଧୁକ ରହିଛି। ଅପରପକ୍ଷରେ ୬.୧ କୋଟି ଅବୈଧ ବନ୍ଧୁକ ରହିଛି।

Share