‘ଲୋକଙ୍କୁ କାମ ଯୋଗାଇବାକୁ ଯୋଜନା କର’

ଭୁବନେଶ୍ୱର,୧୩ା୫(ବ୍ୟୁରୋ): ଲକ୍‌ଡାଉନ ଯୋଗୁ ଦେଢ଼ମାସରୁ ଊର୍ଦ୍ଧ୍ୱ କାଳ ଧରି ଲୋକମାନେ ଘରେ ବସି ରହିଛନ୍ତି। ଏଭଳିସ୍ଥିତିରେ ଲୋକମାନଙ୍କୁ ଯେପରି ଅଧିକରୁ ଅଧିକ କାମ ଯୋଗାଇ ଦିଆଯାଇପାରିବ ସେନେଇ ନିଜ ଅଧୀନରେ ଥିବା ବିଭାଗଗୁଡ଼ିକରେ ଯୋଜନା ପ୍ରସ୍ତୁତ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅତିରିକ୍ତ ମୁଖ୍ୟଶାସନ ସଚିବ, ବିଭାଗୀୟ ସଚିବ, ଓ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କୃଷି ଅର୍ଥନୀତିକୁ ଅଧିକ ସୁଦୃଢ କରିବା ପାଇଁ ରାଜ୍ୟ ସରକାର ଖୁବଶୀଘ୍ର ୩ଟି ଅଧ୍ୟାଦେଶ ଆଣିବେ। ଏଥିସହିତ ଗ୍ରାମ୍ୟ ଅର୍ଥନୀତିକୁ ସଶକ୍ତ କରିବା ପାଇଁ ଅଧିକ ପାଣ୍ଠି ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ମଙ୍ଗଳବାର ଭିଡିଓ କନଫରେନ୍ସ ଜରିଆରେ ରାଜ୍ୟର କୋଭିଡ ନିୟନ୍ତ୍ରଣ ଓ ଅର୍ଥନୈତିକ ପୁନରୁଦ୍ଧାର କାର୍ଯ୍ୟକ୍ରମ ସମ୍ପର୍କରେ ମୁଖ୍ୟଶାସନ ସଚିବ ଏବଂ ବରିଷ୍ଠ ଅଧିକାରୀଙ୍କ ସହିତ ଆଲୋଚନା ବେଳେ କହିଛନ୍ତି।
ବହୁ ସଂଖ୍ୟାରେ ପ୍ରବାସୀ ଓଡ଼ିଆ ରାଜ୍ୟକୁ ଫେରୁଛନ୍ତି। ବିଭିନ୍ନ ଅଞ୍ଚଳରେ ନିର୍ମିତ ଅସ୍ଥାୟୀ ସ୍ବାସ୍ଥ୍ୟ ଶିବିରଗୁଡ଼ିକର ପରିଚାଳନା ଓ ଲୋକମାନଙ୍କୁ ରୋଜଗାର ଯୋଗାଇ ଦେବା ପାଇଁ ଅର୍ଥନୀତିକୁ ଚଳଚଞ୍ଚଳ କରିବାକୁ ହେବ। ଏଥିପାଇଁ ମାନବିକତା ଏବଂ ବୃତ୍ତିଗତ ଦକ୍ଷତା ସହ କଠିନ ପରିସ୍ଥିତିର ମୁକାବିଲା କରିବାକୁ ପଡ଼ିବ। କରୋନା ଲଢ଼େଇ ଏକ ଲମ୍ବା ଯୁଦ୍ଧ। କୋଭିଡ୍‌ ମୁକାବିଲାରେ ସମାଜର ସକ୍ରିୟ ଅଂଶ ଗ୍ରହଣ ସହିତ ପଞ୍ଚାୟତିରାଜ ଅନୁଷ୍ଠାନଗୁଡ଼ିକୁ ବର୍ତ୍ତମାନ ପରିସ୍ଥିତିରେ ଅଧିକ ସଶକ୍ତ କରିବାର ଆବଶ୍ୟକ ରହିଛି ବୋଲି ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଗଞ୍ଜାମ ଭଳି ଅନ୍ୟ ଜିଲାରେ ଥିବା ଅସ୍ଥାୟୀ ଶିବିରଗୁଡ଼ିକର ଅନ୍ତେବାସୀଙ୍କୁ କୋଭିଡ୍‌ ରୋଗ ସମ୍ପର୍କରେ ତାଲିମ ଦିଆଯିବା ଦରକାର। ଯେପରି କି ସଙ୍ଗରୋଧରୁ ବାହାରିବା ପରେ ସେମାନେ କୋଭିଡ୍‌ ସ୍ବେଚ୍ଛାସେବୀଭାବେ ସମାଜକୁ ସେବା ଯୋଗାଇ ଦେଇ ପାରିବେ। ଏଥିପାଇଁ ଏକ ସଂକ୍ଷିପ୍ତ ସାର୍ଟିଫିକେଟ କୋର୍ସ ପ୍ରସ୍ତୁତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ଏକ ସପ୍ତାହ ମଧ୍ୟରେ ଗଞ୍ଜାମ, ବାଲେଶ୍ୱର, କେନ୍ଦ୍ରାପଡ଼ା, ଭଦ୍ରକ, ଯାଜପୁର ଓ ବଲାଙ୍ଗୀରରେ କୋଭିଡ୍‌ କେୟାର ସେଣ୍ଟର ଶଯ୍ୟା ସଂଖ୍ୟା ବୃଦ୍ଧି କରାଯିବ। ବର୍ତ୍ତମାନ ସମୟରେ ଗର୍ଭବତୀ ମହିଳା, ପ୍ରସୂତି, ଶିଶୁ ଭିନ୍ନକ୍ଷମ ଓ ବୟସ୍କ ଲୋକଙ୍କ ପ୍ରତି ସ୍ବତନ୍ତ୍ର ଧ୍ୟାନ ଦେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା(ଏମ୍‌ଜିଏନ୍‌ଆର୍‌ଇଜିଏସ୍‌) ଏବଂ ମିଶନ ଶକ୍ତି କାର୍ଯ୍ୟକ୍ରମକୁ ଅଧିକ ବ୍ୟାପକ କରିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି। ସ୍ବାସ୍ଥ୍ୟ ସେବାରେ ନିୟୋଜିତ କର୍ମଚାରୀଙ୍କ ପାଇଁ ବ୍ୟକ୍ତିଗତ ସୁରକ୍ଷା ସରଞ୍ଜାମ(ପିପିଇ) ଏବଂ ଅନ୍ୟାନ୍ୟ ମେଡିକାଲ ଉପକରଣ ଯୋଗାଣକୁ ସୁନିଶ୍ଚିତ କରିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି। ବର୍ତ୍ତମାନ ରବି ଧାନ ଅମଳ ଆରମ୍ଭ ହୋଇଛି। ସାର, ବିହନ ଓ ଅନ୍ୟାନ୍ୟ ଜରୁରୀ କୃଷି ଉପକରଣ ଯୋଗାଣ ମଧ୍ୟ ଆରମ୍ଭ ହୋଇଛି। ଚାଷୀଙ୍କ ପାଇଁ ହେଲ୍‌ପ ଲାଇନ କାର୍ଯ୍ୟ କରୁଛି। ମତ୍ସ୍ୟ, କୁକୁଡ଼ା, ଉଦ୍ୟାନ କୃଷି କାର୍ଯ୍ୟକ୍ରମ ସନ୍ତୋଷଜନକ ରହିଛି। ସ୍ବୟଂ ସହାୟକ ଗୋଷ୍ଠୀ କୋଭିଡ୍‌ ପରିଚାଳନାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ମିଶନ ଶକ୍ତି ନିର୍ଦ୍ଦେଶିକା କହିଥିଲେ। ମିଶନ ଶକ୍ତିର ମହିଳାମାନେ ୫୦ଲକ୍ଷରୁ ଅଧିକ ମାସ୍କ ପ୍ରସ୍ତୁତ କରିଥିବାବେଳେ ସେଥିରୁ ୪୨ ଲକ୍ଷ ବଣ୍ଟନ କରାଯାଇଛି। ସେହିପରି ମାଗଣା ରନ୍ଧାଖାଦ୍ୟ କାର୍ଯ୍ୟକ୍ରମରେ ୧.୬କୋଟି ମିଲ୍‌ ଯୋଗାଇଛନ୍ତି। ଏଥିସହିତ ସେମାନେ ହସ୍ପିଟାଲ ଖାଦ୍ୟ ଯୋଗାଣ, ମାଛ ଚାଷ , କୃଷି, ପରିବାରଗୁଡିକୁ ସିଧା ସଳଖ ରାଶନ ଯୋଗାଣ ଆଦି କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି। ସ୍ବୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ୩୦୦କୋଟି ଟଙ୍କା ବିନା ସୁଧରେ ଦିଆଯାଇଛି ବୋଲି ବୈଠକରେ ସୂଚନା ଦିଆଯାଇଛି। ଶ୍ରମଭିତ୍ତିକ କାର୍ଯ୍ୟକ୍ରମକୁ ତ୍ୱରାନ୍ବିତ କରାଯିବ ବୋଲି ସୂଚନା ଦିଆଯାଇଛି। ଆଗାମୀ ୧ ମାସ ମଧ୍ୟରେ ଦିନକୁ ୧ଲକ୍ଷ ଲୋକଙ୍କୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ସାମିଲ କରାଯିବ। ଲକ୍‌ଡାଉନ ସମୟରେ ଆଇନ୍‌ ଶୃଙ୍ଖଳା ବଜାୟ ରଖିବା ପାଇଁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିବା ପୋଲିସ ମହାନିର୍ଦ୍ଦେଶକ ସୂଚନା ଦେଇଛନ୍ତି। ଏହି ବୈଠକରେ ମୁଖ୍ୟ ଶାସନ ସଚିବ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖ୍ୟ ପରାମର୍ଶଦାତା, ବିଭିନ୍ନ ବିଭାଗ ଦାୟିତ୍ୱରେ ଥିବା ଅତିରିକ୍ତ ମୁଖ୍ୟଶାସନ ସଚିବ ଓ ବିଭିନ୍ନ ବିଭାଗର ସଚିବମାନେ ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୧୭ରେ କୃଷକ ମହାପଞ୍ଚାୟତ

ବରଗଡ଼,୧୩।୩(ପ୍ରେମାନନ୍ଦ ଖମାରୀ): ଆସନ୍ତା ୧୭ତାରିଖରେ ବରଗଡ ଜିଲା ସୟାଁ ଖେଳ ପଡ଼ିଆରେ କୃଷକ ମହାପଞ୍ଚାୟତ ହେବ। ଏଥିପାଇଁ ଜିଲାର ସମସ୍ତ ଗାଁ ଗାଁରେ ଜୋରଦାର ପ୍ରସ୍ତୁତି...

ମଧ୍ୟାହ୍ନଭୋଜନ ନ ମିଳିବାରୁ ରାଜରାସ୍ତାକୁ ଓହ୍ଲାଇଥିଲେ ଛାତ୍ରୀଛାତ୍ର: ପ୍ରଧାନ ଶିକ୍ଷୟିତ୍ରୀ ନିଲମ୍ବିତ

ପୁୁରୁଷୋତ୍ତମପୁୁର,୧୪।୩(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହର କୁୁମାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ଗତ ୫ ତାରିଖରେ ଛାତ୍ରୀଛାତ୍ରଙ୍କୁ ମଧ୍ୟାହ୍ନ ଭୋଜନ ଖାଇବାକୁ ମିଳି ନ ଥିବା...

ଘରେ ପଶି ନାବାଳିକାଙ୍କୁ ବଳାତ୍କାର

ବୁଗୁଡା,୧୩ା୩(କାଳିଚରଣ ଦାଶ): ଗଞ୍ଜାମ ଜିଲା ବୁଗୁଡ଼ା ଥାନା ଅଞ୍ଚଳର ଜନୈକ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗରେ ବାଲିପଦର ଫାଣ୍ଡି ଅଧିକାରୀ କେ. ନିଳାଦ୍ରୀ ରେଡ୍ଡୀ ଜଣେ ଯୁବକଙ୍କୁ...

ନିଲମ୍ବନ ପରେ ଚାଞ୍ଚଲ୍ୟକର ବୟାନ ଦେଲେ ତାରା, କହିଲେ ମୁଁ ଫାଶୀ ପାଇଁ…

ଭୁବନେଶ୍ୱର,୧୩।୩: ବିଧାନସଭାରେ ଶାସକ ବିରୋଧୀ ମୁହାଁମୁହିଁକୁ ନେଇ ରାଜନୀତି ତେଜିଛି। ପୋଲାଭରମ ପ୍ରସଙ୍ଗ ଆଲୋଚନା କରିବାକୁ ବିଜେଡି ଦାବି କରୁଥିବାବେଳେ ନାରୀ ନିର୍ଯାତନା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ...

ମାର୍ଚ୍ଚ ୧୭ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ

ଭୁବନେଶ୍ୱର,୧୩ା୩: ଆଗାମୀ ମାର୍ଚ୍ଚ୧୭ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ। ସପ୍ତଦଶ ବିଧାନସଭାର ତୃତୀୟ ଅଧିବେଶନ ବଳବତ୍ତର ଥିବା ହେତୁ ଆସନ୍ତା ସୋମବାର...

ହୋଲି ପାଇଁ ନିର୍ଦ୍ଦେଶନାମା ଜାରି: ହେଡ୍‌କ୍ୱାଟର ଛାଡି ପାରିବେ ନାହିଁ ଅଫିସର

ଭଦ୍ରକ,୧୩।୩(ସନାତନ ରାଉତ ): ଭଦ୍ରକ ଜିଲାରେ ହୋଲି ପାଇଁ ଗୁରୁବାର ଏକ କଡ଼ା ନିର୍ଦ୍ଦେଶନାମା ଜାରି କରାଯାଇଛି। ଭଦ୍ରକ ଜିଲାପାଳ ଦିଲୀପ ରାଉତରାଏ ଏହି ନିର୍ଦ୍ଦେଶ...

ଯୋଜନା ଗୁଡ଼ିକର ପ୍ରଚାର ପ୍ରସାର ପାଇଁ ଗତ ଏକ ବର୍ଷରେ ଏତିକି କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ସରକାର

ଭୁବନେଶ୍ୱର,୧୩।୩: ରାଜ୍ୟରେ କାର୍ଯ୍ୟକାରୀ ହୋଇଥିବା ଯୋଜନା ଗୁଡିକର ପ୍ରଚାର ପ୍ରସାର ନିମନ୍ତେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଗତ ଏକ ବର୍ଷ (...

ପ୍ରକାଶ ପାଇଲା OJS ରେଜଲ୍ଟ: ସୋମେଶ ରଣବିଜୁଳି ଟପ୍ପର

କଟକ,୧୩।୩: ଓଡ଼ିଶା ନ୍ୟାୟିକ ସେବା ପରୀକ୍ଷା(OJS-୨୦୨୩) ରେଜଲ୍ଟ ଗୁରୁବାର ପ୍ରକାଶ ପାଇଛି। ସୋମେଶ ରଣବିଜୁଳି OJS-୨୦୨୩ ଟପ୍ପର ହୋଇଛନ୍ତି। ଏନେଇ OPSC ପକ୍ଷରୁ ସୂଚନା ଦିଆଯାଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image