ଲୋକଙ୍କୁ ଦିଆଯାଉଛି କରୋନା ବର୍ଗର

ହାନୋଇ,୨୭।୩- ସମଗ୍ର ବିଶ୍ୱରେ କୋଭିଡ-୧୯ ଆତଙ୍କ ଖୋଳାଇଛି। ଫଳରେ କରୋନାକୁ ନେଇ ଲୋକଙ୍କ ମନରେ ଭୟ ସୃଷ୍ଟି ହୋଇଛି। ଏହି ଭୟକୁ ଦୂର କରି ଲୋକଙ୍କ ମନୋବଳ ବଢ଼ାଇବା ପାଇଁ ଭିଏତନାମାର ରୋଷେୟା ହୋଙ୍ଗ ତୁଙ୍ଗ ଏକ ଅଭିନବ ପ୍ରୟାସ କରିଛନ୍ତି। ହାନୋଇ ସହରର ଏକ ରେଷ୍ଟୁରାଣ୍ଟରେ ତୁଙ୍ଗ ଓ ତାଙ୍କ ଟିମ୍‌ କରୋନା ଭାଇରସ୍‌ ଆକୃତିର ବର୍ଗର ତିଆରି କରି ଲୋକଙ୍କୁ ଖାଇବାକୁ ଦେଉଛନ୍ତି। ଯାହାକି ସେଠାରେ ଚର୍ଚ୍ଚାର ବିଷୟ ହୋଇଛି। ସେମାନେ ପ୍ରସ୍ତୁତ କରୁଥିବା ବର୍ଗର ଲୋକଙ୍କୁ ମଧ୍ୟ ବେଶ୍‌ ପସନ୍ଦ ଆସୁଛି। ରୋଷେୟା ତୁଙ୍ଗ କହିଛନ୍ତି ଯେ, ଯଦି ଆପଣ କାହାକୁ ଡରୁଛନ୍ତି, ତେବେ ତାହାକୁ ଆପଣ ଖାଇବା ଉଚିତ୍‌। ତେଣୁ କରୋନା ଭାଇରସ ଆକୃତିର ବର୍ଗର ଖାଇବା ପରେ ଆପଣଙ୍କୁ ଆଉ କରୋନା ଭୟଭୀତ କରାଇ ପାରିବ ନାହିଁ।’ ଏଭଳି ଚିନ୍ତାଧାରା ଏହି ମହାମାରୀ ସମୟରେ ଅନେକଙ୍କୁ ଆନନ୍ଦର ଖୋରାକ ଯୋଗାଇବ ବୋଲି ତୁଙ୍ଗ କହିଛନ୍ତି।

Share