Categories: ଜାତୀୟ

‘ଲୋକଙ୍କୁ ବିଭ୍ରାନ୍ତ କରୁଛି କଂଗ୍ରେସ’

ନୂଆଦିଲ୍ଲୀ,୨୭-୧୨(ପି.ଟି.): ସଂଶୋଧିତ ନାଗରିକତ୍ୱ ଆଇନ (ସିଏଏ)କୁ ନେଇ କଂଗ୍ରେସ ନେତୃତ୍ୱରେ ବିରୋଧୀ ଦଳ ଦ୍ୱନ୍ଦ୍ୱ ସୃଷ୍ଟିକରିବା ସହ ଲୋକଙ୍କୁ ବିଭ୍ରାନ୍ତ କରି ରାଜଧାନୀର ବାତାବରଣକୁ ନଷ୍ଟ କରୁଛନ୍ତି ବୋଲି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା ଅଭିଯୋଗ କରିଛନ୍ତି। ଗୁରୁବାର ଦିଲ୍ଲୀ ଉନ୍ନୟନ କର୍ତ୍ତୃପକ୍ଷ (ଡିଡିଏ) ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ ଶାହା ସିଏଏକୁ ବିରୋଧ କରୁଥିବା ଲୋକଙ୍କୁ ସମାଲୋଚନା କରିବା ସହ ଛୋଟ ଛୋଟ ଦଳଙ୍କୁ ହରାଇବାର ସମୟ ଆସିଛି ବୋଲି କହିଥିଲେ। କେନ୍ଦ୍ରର ବିକାଶମୂଳକ ଯୋଜନାଗୁଡ଼ିକୁ କାର୍ଯ୍ୟକାରୀ କରିବାରେ ଆମ୍‌ ଆଦମୀ ପାର୍ଟି (ଏଏପି) ସରକାର ପ୍ରତିବନ୍ଧକ ସୃଷ୍ଟି କରୁଛି। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଏବଂ ଆୟୁଷ୍ମାନ ଭାରତ ଯୋଜନାକୁ କାର୍ଯ୍ୟକାରୀ କରୁନାହାନ୍ତି। ଏଏପି ନେତା କେନ୍ଦ୍ରୀୟ ପ୍ରକଳ୍ପରେ ତାଙ୍କ ନାମ ଯୋଡ଼ିବାକୁ ଚାହାନ୍ତି ବୋଲି ଶାହା କହିଥିଲେ।

Share