ଲୋକଙ୍କୁ ମାଗଣାରେ ମାସ୍କ ଯୋଗାଇ ଦେବାକୁ ପ୍ରସ୍ତୁତି କାର୍ଯ୍ୟରେ ଲାଗିଛନ୍ତି ଯୁବକ

ରାଇସୁଆଁ,୧୨ା୪(ଡି.ଏନ୍‌.ଏ.): ସରକାରୀସ୍ତରରେ ମହାମାରୀ କରୋନା ଭୂତାଣୁ ସଂକ୍ରମଣ ରୋକିବାକୁ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ମାସ୍କ ପିନ୍ଧିଲେ ଏହି ସଂକ୍ରମଣକୁ ରୋକିହେବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ତେଣୁ ଲୋକଙ୍କ ମଧ୍ୟରେ ଏହାକୁ କିଣିବା ପାଇଁ ତତ୍ପରତା ପ୍ରକାଶ ପାଉଛି। ତେବେ ବଜାରରେ ମାସ୍କର ଅଭାବ ପରିଲକ୍ଷିତ ହୋଇଛି। ଏହି ଅଭାବ ଦୂର କରିବା ପାଇଁ କେନ୍ଦୁଝର ସଦର ବ୍ଲକ ରାଇସୁଆଁ ପଞ୍ଚାୟତର ସୁରେଶ କୁମାର ପାତ୍ର ନାମକ ଜଣେ ଯୁବକ ରାଇସୁଆଁ ବଜାର ନିକଟରେ ଏକ ଛୋଟ ଟେଲର ଦୋକାନ ଖୋଲିଛନ୍ତି। ଦିନକୁ ସେ ପ୍ରାୟ ୨ଶହ ମାସ୍କ ତିଆରି କରୁଛନ୍ତି। ଏଥିରେ ତାଙ୍କୁ ପିଣ୍ଟୁ ପାତ୍ର ନାମକ ଜଣେ ଯୁବକ ସହଯୋଗ କରୁଛନ୍ତି। ମାସ୍କଗୁଡ଼ିକୁ ଖୁବଶୀଘ୍ର ଲୋକମାନଙ୍କୁ ମାଗଣାରେ ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି। ସୁରେଶଙ୍କର ଏହି କାର୍ଯ୍ୟକୁ ବୁଦ୍ଧିଜୀବୀ ମହଲରେ ବେଶ୍‌ ପ୍ରଶଂସା କରାଯାଇଛି।

Share