ଲୋକଙ୍କୁ ମାସ୍କ ବାଣ୍ଟିଲା ବଡ଼ଗାଁ ଆଇଟିଆଇ

ବଡ଼ଗାଁ,୮।୪(ଡି.ଏନ.ଏ.): ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ଆଇଟିଆଇ ପକ୍ଷରୁ ବ୍ଲକ ଅଞ୍ଚଳର ବିଭିନ୍ନ ଗ୍ରାମରେ ଲୋକଙ୍କୁ ରନ୍ଧା ଖାଦ୍ୟ ଓ ମାସ୍କ ବଣ୍ଟନ କରିଯାଇଛି। ସେହିଭଳି ବଡ଼ଗାଁ ଡାକ୍ତରଖାନାରେ ରୋଗୀ ଓ ତାଙ୍କ ସମ୍ପର୍କୀୟଙ୍କୁ ରନ୍ଧା ଖାଦ୍ୟ ଦେଉଛନ୍ତି। ଅନ୍ୟପକ୍ଷେ କର୍ମଚାରୀମାନେ ମଧ୍ୟ ନିଜର ଗୋଟିଏ ଦିନର ଦରମା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି ଓ ପ୍ରଧାନମନ୍ତ୍ରୀ ପାଣ୍ଠିକୁ ଦାନ କରିଛନ୍ତି।